ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଫ୍ୟାନ୍ସଙ୍କୁ ଲୁଟିବ ପାକିସ୍ତାନ କ୍ରିକେଟ ବୋର୍ଡ, ସବୁଠାରୁ ଶସ୍ତା ଟିକେଟ ବି ମହଙ୍ଗା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଫ୍ୟାନ୍ସଙ୍କୁ ଲୁଟିବ ପାକିସ୍ତାନ କ୍ରିକେଟ ବୋର୍ଡ, ସବୁଠାରୁ ଶସ୍ତା ଟିକେଟ ବି ମହଙ୍ଗା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖୁବଶୀଘ୍ର ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଗତ ୨୯ ବର୍ଷ ମଧ୍ୟରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଆଇସିସି ଇଭେଣ୍ଟ ହେବ । ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ୍ ଭାଗ ନେବେ । ପାକିସ୍ତାନର ଲାହୋର, କରାଚୀ ଏବଂ ରାୱଲପିଣ୍ଡିରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିକେଟ୍ ମୂଲ୍ୟ ଘୋଷଣା କରାଯାଇଛି । ତିନୋଟି ଷ୍ଟାଡିୟମ ପାଇଁ ଭିନ୍ନ ଭିନ୍ନ ଦର ରଖାଯାଇଛି ।

ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ମ୍ୟାଚର ପ୍ରାରମ୍ଭିକ ଟିକେଟ ଦାମ୍ ଏକ ହଜାର ପାକିସ୍ତାନୀ ଟଙ୍କା ରହିଛି । ଟିକେଟର ମୂଲ୍ୟ ୬୨୦ ଟଙ୍କାରୁ ୭୭୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ଶସ୍ତା ଟିକେଟ୍ ଭାରତୀୟ ଟଙ୍କାରେ ମାତ୍ର ୩୧୦ ଟଙ୍କା । ଅନ୍ୟପଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସବୁଠାରୁ ମହଙ୍ଗା ଟିକେଟ୍ ୭୭୫୦ ଟଙ୍କା ରଖିଛି, ଯାହା ଭାରତୀୟ ଟଙ୍କାରେ ୫୫୮୦ ଟଙ୍କା ।

ରାୱଲପିଣ୍ଡିରେ ହେବାକୁ ଥିବା ପାକିସ୍ତାନ ଏବଂ ବାଂଲାଦେଶ ମ୍ୟାଚ୍ ପାଇଁ ଟିକେଟର ମୂଲ୍ୟ ୨୦୦୦ ପାକିସ୍ତାନୀ ଟଙ୍କା  ରଖାଯାଇଛି । ଯାହା ଭାରତୀୟ ଟଙ୍କା ୬୨୦ ସହିତ ସମାନ । ପିସିବି ସମସ୍ତ ମ୍ୟାଚ୍ ପାଇଁ ଭିଭିଆଇପି ଟିକେଟର ମୂଲ୍ୟ ପିକେଆର ୧୨,୦୦୦ (୩୭୨୬ ଟଙ୍କା) ରଖିଛି, କିନ୍ତୁ ସେମିଫାଇନାଲ ପାଇଁ ମୂଲ୍ୟ ପିକେଆର ୨୫,୦୦୦ (୭୭୬୪ ଟଙ୍କା) ରହିଛି । ଦର୍ଶକଙ୍କ ପାଇଁ ପିସିବି ୧୮ ହଜାର ଟିକେଟ ରଖିଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଦୁବାଇରେ ଖେଳାଯିବ । ଭାରତ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ । ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ଦୁବାଇରେ ଖେଳାଯିବ ।

ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳସୂଚୀ :

୧୯ ଫେବୃଆରୀ: ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, କରାଚୀ
୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ
୨୧ ଫେବୃଆରୀ : ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା, କରାଚୀ
୨୨ ଫେବୃଆରୀ :ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ
୨୪ ଫେବୃଆରୀ : ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
୨୫ ଫେବୃଆରୀ: ଅଷ୍ଟ୍ରେଲିଆ ବନାମ ସାଉଥ ଆଫ୍ରିକା, ରାୱଲପିଣ୍ଡି
୨୬ ଫେବୃଆରୀ : ଆଫଗାନିସ୍ତାନ ବନାମ ଇଂଲଣ୍ଡ : ଲାହୋର
୨୭ ଫେବୃଆରୀ :ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
୨୮ ଫେବୃଆରୀ : ଆଫଗାନିସ୍ତାନ ବନା ଅଷ୍ଟ୍ରେଲିଆ : ଲାହୋର
୧ ମାର୍ଚ୍ଚ : ସାଉଥ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ
୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ : ଫାଇନାଲ, ଲାହୋର/ଭାରତ ଫାଇନାଲକୁ ଗଲେ ଦୁବାଇରେ ହେବ ଖେଳ

Related post

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ସୈନ୍ୟ ମୃତ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ସୈନ୍ୟ ମୃତ

ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ । ଖୈବର ପଖତୁନଖୱା ପ୍ରଦେଶର ବନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରକୁ ଆତ୍ମଘାତୀ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି…
ଟିମ୍ ଇଣ୍ଡିଆ :ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି।

ଟିମ୍ ଇଣ୍ଡିଆ :ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି।

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ବିଧିବଦ୍ଧ ଭାବରେ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।…

Leave a Reply

Your email address will not be published. Required fields are marked *