ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ ।

ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ ।

ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ପୁଲିସ  । ତାଙ୍କ ନାଁ ରାହୁଲ ଚୌଧୁରୀ । ତାଙ୍କ ଘରୁ ୮୦ଟି ଗଞ୍ଚେଇ ଗଛ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ତା’ ସହିତ ତାଙ୍କ ଘରୁ ଗଞ୍ଜେଇ ମଞ୍ଜି, ସାର ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

ଗ୍ରେଟର ନୋଏଡା ପୁଲିସ ପକ୍ଷରୁ କୁହାଯାଇଛି ଯେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପାର୍ଶ୍ୱନାଥ ପାନୋରମା ସୋସାଇଟିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ରାହୁଲ ଚୌଧୁରୀ ତାଙ୍କ ଘରେ ଫୁଲ କୁଣ୍ଡରେ ଗଞ୍ଜେଇ ଚାଷ କରିଥିବା ଦେଖିବାକୁ ମିଳିଥିଲା। ପୂରା କିଚେନ୍ ଗାର୍ଡେନ ଶୈଳୀରେ ସେ ଗଞ୍ଜେଇ ଚାଷ କରିଥିଲେ। ଅଭିଯୁକ୍ତ ଗଞ୍ଜେଇ ଗଛ ପିଛା ୫ରୁ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ।

Related post

ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ ପ୍ରଥମ ଦିନରେ ୧ କୋଟି ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି ।

ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ ପ୍ରଥମ ଦିନରେ ୧ କୋଟି ଶ୍ରଦ୍ଧାଳୁ ବୁଡ…

ଦୀର୍ଘ ୧୨ ବର୍ଷ ପରେ ଆରମ୍ଭ ହୋଇଛି ମହାକୁମ୍ଭ । ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଉତ୍ତରପ୍ରଦେଶ ପ୍ରୟାଗରାଜରେ…
ମହିଳାଙ୍କ ଭିଡିଓ ଭାଇରାଲ କରୁଥିଲେ ପୁରୀରେ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ

ମହିଳାଙ୍କ ଭିଡିଓ ଭାଇରାଲ କରୁଥିଲେ ପୁରୀରେ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ

ରେଢ଼ାଖୋଲ ଅଞ୍ଚଳର ଭିଡିଓ ଭାଇରାଲ ଘଟଣା । ଅଭିଯୁକ୍ତ ଯୁବକଙ୍କୁ ପୁରୀରୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଯୁବକ ଚାରମାଳ ଥାନା ରାଶିବେଡ଼ା ଗାଁର ଅଜିତ ପ୍ରଧାନ…

Leave a Reply

Your email address will not be published. Required fields are marked *