ମହିଳାଙ୍କ ଭିଡିଓ ଭାଇରାଲ କରୁଥିଲେ ପୁରୀରେ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ

ମହିଳାଙ୍କ ଭିଡିଓ ଭାଇରାଲ କରୁଥିଲେ ପୁରୀରେ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ

ରେଢ଼ାଖୋଲ ଅଞ୍ଚଳର ଭିଡିଓ ଭାଇରାଲ ଘଟଣା । ଅଭିଯୁକ୍ତ ଯୁବକଙ୍କୁ ପୁରୀରୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଯୁବକ ଚାରମାଳ ଥାନା ରାଶିବେଡ଼ା ଗାଁର ଅଜିତ ପ୍ରଧାନ । ପୁରୀରୁ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୨ ବର୍ଷ ଜରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଅଭିଯୁକ୍ତ । କୌଣସି କଥାକୁ ନେଇ ମହିଳା ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଅଭିଯୁକ୍ତ ମହିଳାଙ୍କ ସହିତ ଅନ୍ତରଙ୍ଗ ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରି ଫେରାର୍ ହୋଇଯାଇଥିଲେ ।

ଏନେଇ ଗତ ୨୯ ତାରିଖରେ ମହିଳା ଜଣଙ୍କ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା ।

ଅଭିଯୁକ୍ତ ଜଣଙ୍କ ପୁରୀରେ ଥିବା ଜାଣିବା ପରେ ରେଢ଼ାଖୋଲ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛି । ତେବେ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଥିବା  ଅଭିଯୁକ୍ତ ଯୁବକ କହିଛି ।

Related post

ଆଜି ପବିତ୍ର ଧନୁ ସଂକ୍ରାନ୍ତି ।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପହିଲି ଭୋଗ ନୀତି ।

ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପହିଲି…

ଆଜି ପବିତ୍ର ଧନୁ ସଂକ୍ରାନ୍ତି ।   ଦୀର୍ଘ ଏକମାସ ଧରି ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗରେ ବିରି, ଗହମ ଚୂନାରେ ଘୃତ ପାଗ ହୋଇଥିବା ପିଠା ଓ…
ସମ୍ବଲପୁର ପୁଲିସ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ସଞ୍ଜୀବ ଗୋଡ ରେ ଲାଗିଲା ଗୁଳି

ସମ୍ବଲପୁର ପୁଲିସ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ସଞ୍ଜୀବ ଗୋଡ ରେ ଲାଗିଲା ଗୁଳି

ଏସ୍‌ପି ଶ୍ରୀ ଭାମୂ କହିଛନ୍ତି, ଗତ ନଭେମ୍ବର ୨୨ରେ ଚାରମାଳ  ଥାନା ଅଞ୍ଚଳରେ ବଡ଼ଧରଣର ଡକାୟତି  ହୋଇଥିଲା । ଏହି ମାମଲାରେ ୪ ଜଣଙ୍କୁ  ଗିରଫ କରାଯାଇଥିଲା ।…
ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ ଗିରଫ I

ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ…

ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା ।ଏସିଏଫ ରେବତୀ ରମଣ…

Leave a Reply

Your email address will not be published. Required fields are marked *