ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରୟାଗରାଜ କୁମ୍ଭ ମେଳା

ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରୟାଗରାଜ କୁମ୍ଭ ମେଳା

ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରୟାଗରାଜ କୁମ୍ଭ ମେଳାରେ ସୁରକ୍ଷା ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ପ୍ରଯୁକ୍ତି। ମେଳାରେ ଅଗ୍ନିକାଣ୍ଡ ରୋକିବାକୁ ବ୍ୟବହାର ହେବ ରୋବୋଟିକ ଅଗ୍ନିଶମ ଇକ୍ୱିପମେଣ୍ଟ । ଏଥିପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ ୨ ଶହ କମାଣ୍ଡୋ ମୁତୟନ ହେବେ ବୋଲି ଜଣାପଡିଛି । ପ୍ରଥମ ଥର ପାଇଁ କୁମ୍ଭ ମେଳାରେ ଏପରି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର ହେବ ।

ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁନଥିବା ସ୍ଥାନରେ ଅଗ୍ନି ନିର୍ବାପନ ପାଇଁ ଏହି ରୋବୋଟିକ ଅଗ୍ନିଶମ ଯାନ ବ୍ୟବହାର ହେବ । ୨୦ରୁ ୨୫ କିଲୋଗ୍ରାମ ଓଜନର ୩ଟି ରୋବୋଟିକ ଅଗ୍ନିଶମ ଯାନ ମେଳାରେ ଅଗ୍ନି ନିର୍ବାପନ ପାଇଁ ବ୍ୟବହୃତ ହେବ ।

ସେହିପରି କୁମ୍ଭ ମେଳା ବେଳେ ସୁରକ୍ଷା ପାଇଁ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି କ୍ୟାମେରାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ହୋଇଛି । ଏହି କ୍ୟାମେରାଗୁଡିକ ଭିଡ ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କୁମ୍ଭମେଳାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ବରିଷ୍ଠ ପୋଲିସ ଅଧିକାରୀ ।

Related post

କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଖଚାଖଚ ଭିଡ଼

କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଖଚାଖଚ ଭିଡ଼

କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଖଚାଖଚ ଭିଡ଼ । ସୋରିଷ ପକାଇବାକୁ ବି ଯାଗା ନାହିଁ । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ରହୁଛି । ଲୋକେ ନାନା…

Leave a Reply

Your email address will not be published. Required fields are marked *