ପୃଥ୍ବୀରାଜ ହରିଚନ୍ଦନ : ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ପରିବାର ସଦସ୍ୟଙ୍କୁ ମିଳିବ ମୋଟା ଅଙ୍କ
- ରାଜ୍ୟସ୍ପେସିଆଲ ରିପୋର୍ଟ
- November 12, 2024
- No Comment
- 1
ପରିବାର ସଦସ୍ୟଙ୍କୁ ଚାକିରି ପ୍ରସଙ୍ଗ । ରିହାବିଲିଟେନ୍ ଯୋଜନାରେ ହୋଇପାରେ ସଂଶୋଧନ । କିଛି ଏଭଳି ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି, ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ପରିବାର ସଦସ୍ୟଙ୍କୁ ମିଳିବ ମୋଟା ଅଙ୍କର ଅନୁକମ୍ପା । କିଛି ଦିନ ତଳେ କ୍ୟାବିନେଟରେ ଏ ନେଇ ବିତର୍କ ହୋଇଥିଲା । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟମାନେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ ।
ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ସେମାନଙ୍କ ପରିବାରର ସଦସ୍ୟଙ୍କୁ ଚାକିରି ବଦଳରେ ୩୦ରୁ ୪୦ ଲକ୍ଷ ଟଙ୍କା ଦେଇ ଥଇଥାନ ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ କହିଛନ୍ତି ।