ପୁଣେ ଟେଷ୍ଟ : ଟିମରେ ଭାରତର ବଡ ପରିବର୍ତ୍ତନ, ଫେରିଲେ ଗିଲ୍, ୱାଂଶିଟନ ଏବଂ ଆକାଶଦୀପ

ପୁଣେ ଟେଷ୍ଟ : ଟିମରେ ଭାରତର ବଡ ପରିବର୍ତ୍ତନ, ଫେରିଲେ ଗିଲ୍, ୱାଂଶିଟନ ଏବଂ ଆକାଶଦୀପ

ଆଜିର ମ୍ୟାଚରେ ପ୍ଲେଇଂ ଏକାଦଶରେ ବଡ ପରିବର୍ତ୍ତନ କରାଯାଇଛି । ବେଙ୍ଗାଲୁରୁ ଟେଷ୍ଟ ଅପେକ୍ଷା ପୁଣେ ଟେଷ୍ଟରେ ୩ ଜଣ ଖେଳାଳିଙ୍କୁ ବାଦ୍ ଦିଆଯାଇଛି । କେଏଲ ରାହୁଲ, ମହମ୍ମଦ ସିରାଜ, କୁଲଦୀପ ଯାଦବଙ୍କ ବଦଳରେ ଟିମରେ ଶୁବମନ ଗିଲ, ଆକାଶଦୀପ ଏବଂ ୱାଂଶିଟନ ସୁନ୍ଦରଙ୍କୁ ସ୍ଥାନ ମିଳିଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି  ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧ ୱିକେଟ ହରାଇ ୫୧ ରନ କରିଛି ।

ଟିମରେ ମହମ୍ମଦ ସିରାଜ, କେଏଲ ରାହୁଲ ଏବଂ କୁଲଦୀପଙ୍କୁ ଟିମରେ ସ୍ଥାନ ମିଳିଛି । ନ୍ୟୁଜିଲାଣ୍ଡ ଟିମରୁ ମେଟ ହେନରୀ ବାଦ୍ ପଡିଛନ୍ତି । ପ୍ରଥମ ଟେଷ୍ଟରେ ୮ ୱିକେଟ ନେଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ହେନରୀଙ୍କ ମାଂସପେଶୀଜନିତ ଆହତ ଯୋଗୁଁ ଟିମରୁ ବାଦ୍ ପଡିଛନ୍ତି । ନୁଜିଲାଣ୍ଡ ଟିମରେ ହେନରୀଙ୍କ ସ୍ଥାନରେ ସ୍ପିନର ମିଚେଲ ସେଣ୍ଟରଙ୍କୁ ସୁଯୋଗ ମିଳିଛି ।

ପୁଣେରେ ପ୍ରଥମ ଟେଷ୍ଟ ନ୍ୟୁଜିଲାଣ୍ଡ ଖେଳୁଛି ମ୍ୟାଚ । ପ୍ରଥମ ମ୍ୟାଚ ୧୬ ଅକ୍ଟୋବରରେ ବେଙ୍ଗାଲୁରୁରେ ଖେଳାଯାଇଥିଲା । ଏଥିରେ ଭାରତୀୟ ଟିମ୍ ୮ ୱିକେଟରେ ହାରିଥିଲା ଟିମ୍ । ପ୍ରଥମ ମ୍ୟାଚ ଜିତି ସିରିଜ ୧-୦ର ଆଗୁଆ ରହିଛି ନ୍ୟୁଜିଲାଣ୍ଡ ।

ଯଶସ୍ବୀ ଜୟସୱାଲ, ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ରିଷଭ ପନ୍ତ (ୱିକେଟ କିପର), ସରଫରାଜ ଖାନ, ରବିନ୍ଦ୍ର ଜାଡେଜା, ୱାଂଶିଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ବିନ, ଆକାଶଦୀପ, ଜସପ୍ରୀତ ବୁମରା ।

Related post

ଡର୍ବାନରେ ଭାରତର ଦମଦାର ବିଜୟ ୬୧ ରନରେ ହାରିଲା ଦକ୍ଷିଣ ଆଫ୍ରିକା I

ଡର୍ବାନରେ ଭାରତର ଦମଦାର ବିଜୟ ୬୧ ରନରେ ହାରିଲା ଦକ୍ଷିଣ ଆଫ୍ରିକା…

୬୧ ରନରେ ଭାରତ ଜିତିଲା ପ୍ରଥମ ଟି-୨୦ । ବିଜୟରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ ।  ପ୍ରଥମ ଭାରତୀୟ ବ୍ୟାଟର ଭାବେ…
ଭାରତ- ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ : ଦ୍ବିତୀୟ ଦିନ ରେ  ଖେଳ ଶେଷ, ନ୍ୟୁଜିଲାଣ୍ଡ ୧୭୧/୯

ଭାରତ- ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ : ଦ୍ବିତୀୟ ଦିନ ରେ ଖେଳ…

୨-୦ରେ ଟେଷ୍ଟ ସିରିଜକୁ କବଜା କରି ସାରିଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୧୪୩ ରନର ଲିଡ୍ ହାସଲ କରି ନେଇଛି । ଆଜି ଦ୍ୱିତୀୟ ଦିନରେ ମୋଟ ୧୫ଟି…
ଦ୍ବିତୀୟ ଟେଷ୍ଟ : ଭାରତ ଆଗରେ ୩୫୯ ରନର ଟାର୍ଗେଟ୍ ରଖିଲା ନ୍ୟୁଜିଲାଣ୍ଡ

ଦ୍ବିତୀୟ ଟେଷ୍ଟ : ଭାରତ ଆଗରେ ୩୫୯ ରନର ଟାର୍ଗେଟ୍ ରଖିଲା…

ଦ୍ବିତୀୟ ପାଳିରେ ନ୍ୟୁଜିଲାଣ୍ଡ ଦଳ ୨୫୫ ରନ କରି ଅଲଆଉଟ୍ ହୋଇଛି । ପ୍ରଥମ ମ୍ୟାଚ୍ ହାରିବା ପରେ ଏବେ ଦ୍ବିତୀୟ ପରାଜୟରୁ ବର୍ତ୍ତିବା ଘରୋଇ ଭାରତୀୟ ଦଳ…

Leave a Reply

Your email address will not be published. Required fields are marked *