
ବାତ୍ୟା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁର ୩ ଜିଲ୍ଲାକୁ ରେଡ୍ ଆଲର୍ଟ
- Uncategorizedଦେଶ ବିଦେଶ
- November 28, 2024
- No Comment
- 14
ବାତ୍ୟା ‘ଫେଙ୍ଗାଲ’ର ପ୍ରଭାବ ପଡିବା ଆରମ୍ଭ ହେଲାଣି। ଗଭୀର ଅବପାତ ପ୍ରଭାବରେ ଚେନ୍ନାଇ ଚେଙ୍ଗଲପେଟ, ତିରୁବଲ୍ଲୁର,କୁଡ୍ଡାଲୋର, ନାଗାପଟିନମରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ ତାମିଲନାଡୁର ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ଚେନ୍ନାଇ ସମେତ ଅନେକ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ଗତକାଲି ବର୍ଷା ଯୋଗୁଁ ଚେନ୍ନାଇରୁ ୭ଟି ବିମାନ ବିଳମ୍ବରେ ଉଡାଣ ଭରିଥିଲା । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଶ୍ରୀଲଙ୍କା, ତାମିଲନାଡୁ ଉପକୂଳରେ ଘଣ୍ଟାପ୍ରତି ୬୫ କିମି ବେଗରେ ପବନ ବହିପାରେ। ସମୁଦ୍ର ଅଶାନ୍ତ ହୋଇଉଠିଛି
୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମଧ୍ୟ ବାତ୍ୟାରେ ପ୍ରଭାବିତ ହୋଇପାରେ। ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶ୍ରୟ ସ୍ଥଳ ଏବଂ ଡାକ୍ତର ଟିମ୍ ପ୍ରସ୍ତୁତ ରହିଛନ୍ତି।