ଓଡ଼ିଶାରେ ଅତିକ୍ ଅହମ୍ମଦର ପତ୍ନୀ ସାଇସ୍ତା ପରବିନ୍

ଓଡ଼ିଶାରେ ଅତିକ୍ ଅହମ୍ମଦର ପତ୍ନୀ ସାଇସ୍ତା ପରବିନ୍

ମାଫିଆ ଅତିକର ସ୍ତ୍ରୀ ସାଇସ୍ତା ପରବିନ ଓଡିଶାରେ ଲୁଚିଥିବାର ସୂଚନା ପାଇବା ପରେ ଏସଟିଏଫ ତୁରନ୍ତ ଓଡିଶା ପୋଲିସକୁ ଏହି ବିଷୟ ନେଇ ସତର୍କ କରାଇଥିଲେ । ତଥାପି ହାତରୁ ଖସିଯାଇଥିଲା ସାଇସ୍ତା । ପୋଲିସ ସାଇସ୍ତାକୁ ଗିରଫ କରିପାରିନଥିଲା । କିନ୍ତୁ ସେ ରହୁଥିବା ସ୍ଥାନରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଖୋଜି ବାହାର କରିଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ ଓଡିଶାକୁ ଛାଡି ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ସାଇସ୍ତା, ଜୈନବ, ଗୁଡୁ ମୁସଲିମ, ଶବିର ଏବଂ ଅରମାନଙ୍କର ସନ୍ଧାନ ଦ୍ରୁତ ଗତିରେ ଚାଲିଛି । ଏହା ସହିତ ୟୁପି ପୋଲିସ ସାଇସ୍ତାକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିପଡିଛନ୍ତି । ଯଦି ସାଇସ୍ତା ଦେଶ ବାହାରକୁ ଯାଇଛନ୍ତି ତାହେଲେ କେଉଁ ନାଁରେ ତାଙ୍କର ପାସପୋର୍ଟ ଥିଲା ଏମିତି ଅନେକ କିଛି ।

ଗତ ବର୍ଷ ଉମେଶ ପାଲ ହତ୍ୟା ମାମଲାରେ ଗୁଡୁ ମୁସଲିମ ଏବଂ ତାଙ୍କ ସହଯୋଗୀଙ୍କ ନେଟୱାର୍କ ଏସଟିଏଫ ଏବଂ ୟୁପି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଉମେଶ ପାଲ ହତ୍ୟା ମାମଲାର ମୁଖ୍ୟ ସୁଟର ଗୁଡୁ ମୁସଲିମ, ଅରମାନ ଏବଂ ଶବୀରଙ୍କୁ ଧରାପକାଇଲେ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର  ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ଗୁଡୁ ମୁସଲିମଙ୍କୁ ଗିରଫ କରିବା ପାଇଁ ୟୁପି ପୋଲିସ ଏବଂ ଏସଟିଏଫ ମୋଟ ୧୪ ଟି ରାଜ୍ୟ ଉପରେ ଚଢାଉ କରିଛନ୍ତି। ଗତ କିଛି ଦିନ ତଳେ ସାଇସ୍ତା ଏବଂ ଗୁଡୁ ମୁସଲିମ ଗିରଫ ହେବାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Related post

Leave a Reply

Your email address will not be published. Required fields are marked *