ସାଲେପୁର : ଘର ବନ୍ଦ କରି  ନିଜ  ଛୁଆ ସହିତ  ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା ।

ସାଲେପୁର : ଘର ବନ୍ଦ କରି ନିଜ ଛୁଆ ସହିତ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା ।

ପାରିବାରିକ ଅଶାନ୍ତି କାରଣରୁ ଘର ବନ୍ଦ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା ।  ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଲେ ୩ ମାସର ଝିଅ ଓ ମାଆ ।  ଗତକାଲି କଟକ ଜଗତପୁର ଥାନା ଅତୋଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଥିଲା ।  ପାରିବାରିକ କଳହରୁ ଝିଅ ସହ ନିଜକୁ ଜାଳି ଦେଇଥିଲେ ମହିଳା ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଆଜି ଉଭୟ ଆଖି ବୁଜିଛନ୍ତି । ଦୁଇ ବର୍ଷ ତଳେ ମହିଳାଙ୍କ ବିବାହ ହୋଇଥିଲା ।  ଯୌତୁକ ପାଇଁ ଘଟଣା ଘଟିଥିବା ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସୁଚିଶ୍ମିତା ତାଙ୍କ ୩ମାସର ଝିଅକୁ ଘର କବାଟ ବନ୍ଦ କରି ନିଜ ଦେହରେ କିରୋସିନ ଢାଳି ଜୀବନ ହରିବାକୁ ଉଦ୍ୟମ କରିଥିଲେ । ଚିତ୍କାର ଶୁଣି ପଡିଶା କବାଟ ଭାଙ୍ଗି ମା ଓ ଝିଅ କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ମା ଗୁରୁତର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସା ହୋଇଥିବା ବେଳେ ଝିଅକୁ କଟକ ସ୍ଥାନାନ୍ତର କରାଯାଇଥିଲା ।  କିନ୍ତୁ ଆଜି ଉଭୟ ଆଖି ବୁଜିଛନ୍ତି । ଘଟଣାର ତଦନ୍ତ କରୁଛି ପୋଲିସ ।

Related post

ପ୍ରଜାପତି ରୂପରେ ଦର୍ଶନ ଦେଲେ ଜଗତରନାଥ ଜଗନ୍ନାଥ

ପ୍ରଜାପତି ରୂପରେ ଦର୍ଶନ ଦେଲେ ଜଗତରନାଥ ଜଗନ୍ନାଥ

କଟକ ଜିଲ୍ଲା ସାଲେପୁର ନିକଟସ୍ଥ ବାହାର ପଡା ଅଷ୍ଟପ୍ରହରୀ ପିଣ୍ଡିରେ ଗତକାଲି ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି । ଦେହରେରେ ମହାପ୍ରଭୁ ଜଗନ୍ନାଥ ମୁହଁକୃତି ପ୍ରତିଛବି ଦେଖିବାକୁ…

Leave a Reply

Your email address will not be published. Required fields are marked *