ପୁରୁଣା ରୋଗକୁ ଦୂର କରିବାରେ ସାହାଯ୍ୟ କରେ ସତେଜ ରୁଟି ଅପେକ୍ଷା ବାସିରୁଟି।
- ସ୍ୱାସ୍ଥ୍ୟ
- November 14, 2024
- No Comment
- 1
ସତେଜ ରୁଟି ତୁଳନାରେ ବାସିରୁଟି ପେଟକୁ ହାଲୁକା ରଖିଥାଏ । ବାସିରୁଟି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୁଏ । ଯଦି ଆପଣଙ୍କୁ ଏସିଡିଟି କିମ୍ବା ପେଟ ସମସ୍ୟା ରହିଛି ତ ବାସିରୁଟି ଖାଆନ୍ତୁ । ଏଥିରେ ଫାଇବର୍ ଥାଏ , ଯାହା ଖାଦ୍ୟକୁ ହଜମ କରାଏ ଏବଂ ପାଚନ ତନ୍ତ୍ର ସମସ୍ୟାକୁ ଦୂର କରେ । ଯଦି ଆପଣ ବ୍ୟାୟାମ କରିବାକୁ ଯାଉଛନ୍ତି ତାହେଲେ ବାସିରୁଟି ଖାଇଯାଆନ୍ତୁ ।
ଏଥିରେ ମାଂସପେଶୀ ମଜବୁତ୍ ହେବା ସହ ମଣିଷକୁ ଉର୍ଜ୍ଜା ମିଳିଥାଏ । ଏହାସହ ଶରୀରର ତାପମାନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଜିମ୍ ଯିବା ପୂର୍ବରୁ ସକାଳୁ କ୍ଷୀର ସହ ବାସିରୁଟି ଖାଆନ୍ତୁ । ଆୟୁର୍ବେଦ ଅନୁସାରେ , ବାତ-ପିତ-କଫକୁ କଣ୍ଟ୍ରୋଲ୍ କରେ ବାସିରୁଟି । ଶୁଖିଲା ବାସି ରୁଟି ଶରୀରରେ କଫକୁ ସନ୍ତୁଳନ ରଖେ ଏବଂ ଏହାର ଗରମ ପ୍ରଭାବ ବାତ ଦୋଷକୁ ସନ୍ତୁଳନ ରଖେ ।
ଡାଏବେଟିସ୍ ରୋଗୀଙ୍କୁ ସକାଳୁ ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇବା ଦରକାର । ଏଥିରେ ଶରୀରରେ ବ୍ଲଡ୍ ଗ୍ଲୁକୋଜର ସ୍ତର ନିୟନ୍ତ୍ରଣ ରହିଥାଏ । ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲରେ ରହିଥାଏ । ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସରର ଲେବଲ୍ ନିୟନ୍ତ୍ରଣରେ ରହିଥାଏ । ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ I
ବାସିରୁଟିରେ କମ୍ କ୍ୟାଲୋରୀ ଥିବାରୁ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୁଏ । ଯଦି ଆପଣ ବି ଓଜନ କମାଇବାକୁ ଚାହାଁନ୍ତି ତାହେଲେ ମଇଦା ଯୁକ୍ତ ଖାଦ୍ୟକୁ ନା କହି ବାସିରୁଟିକୁ ହଁ କହିବା ଆରମ୍ଭ କରିଦିଅନ୍ତୁ । ଶରୀର ପତଳା ଥିଲେ ବି ବାସି ରୁଟି ଖାଇବା ବହୁତ ଭଲ । ପୂର୍ବରୁ ଜେଜେମା’ , ଆଇ କହିଥିବା ଶୁଣିଥିଲେ କ୍ଷୀର , ରୁଟି ଟିକେ ଖାଉନୁ ଦେହରେ ଲାଗିବ ।
ଫାଇବର୍ ଏବଂ ପ୍ରୋଟିନରେ ଭରପୂର ଥିବା ବାସିରୁଟି ଏବଂ କ୍ଷୀର ପତଳା ଶରୀରର ଗ୍ରୋଥ୍ କରାଏ । ତେବେ ଆପଣ ବି ଯଦି ବାସିରୁଟିର ଗୁଣବତ୍ତାକୁ ନଜାଣି ଫୋପାଡ଼ି ଦେଉଥିଲେ ତାହେଲେ ସେ ଭୁଲ୍ ଆଉ କରନ୍ତୁ ନାହିଁ । ବାସିରୁଟି ଖାଆନ୍ତୁ , ଶରୀରକୁ ସୁସ୍ଥ ରଖନ୍ତୁ ।