ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ସୈନ୍ୟ ମୃତ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ସୈନ୍ୟ ମୃତ

ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ । ଖୈବର ପଖତୁନଖୱା ପ୍ରଦେଶର ବନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରକୁ ଆତ୍ମଘାତୀ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିରେ ଆସି ଏଠାରେ ବିସ୍ଫୋରଣ କରିଛନ୍ତି । ଏହି ଆକ୍ରମଣରେ ୧୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଛନ୍ତି ।ପାକିସ୍ତାନୀ ତାଲିବାନର ହାଫିଜ୍ ଗୁଲ୍ ବାହାଦୂର ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି ।

ମଙ୍ଗଳବାର ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ପାକିସ୍ତାନରେ ଜଣେ ଆକ୍ରମଣକାରୀ ସୁରକ୍ଷା ପୋଷ୍ଟ ନିକଟରେ ନିଜର ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଏଥିରେ ପାଖାପାଖି ୧୭ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ଗୁଇନ୍ଦା ତଥା ସୁରକ୍ଷା ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି । ବିସ୍ଫୋରଣ ପରେ ଫାୟାରିଂ ଖବର ମଧ୍ୟ ରହିଛି, ଯେଉଁଥିରେ ଆହତମାନଙ୍କ ସଂଖ୍ୟା ଆହୁରି ବଢ଼ିଯାଇଛି ।

ତେବେ ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଜାରି କରାଯାଇ ନାହିଁ । କିନ୍ତୁ ଆତଙ୍କୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଏକ ଅପରେସନ ଚଳାଇଥିବା ଗୁଇନ୍ଦା ଅଧିକାରମାନେ କହିଛନ୍ତି ।

Related post

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଫ୍ୟାନ୍ସଙ୍କୁ ଲୁଟିବ ପାକିସ୍ତାନ କ୍ରିକେଟ ବୋର୍ଡ, ସବୁଠାରୁ ଶସ୍ତା ଟିକେଟ ବି ମହଙ୍ଗା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଫ୍ୟାନ୍ସଙ୍କୁ ଲୁଟିବ ପାକିସ୍ତାନ କ୍ରିକେଟ ବୋର୍ଡ,…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖୁବଶୀଘ୍ର ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଗତ ୨୯ ବର୍ଷ ମଧ୍ୟରେ ପାକିସ୍ତାନରେ ଅନୁଷ୍ଠିତ…
ଟିମ୍ ଇଣ୍ଡିଆ :ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି।

ଟିମ୍ ଇଣ୍ଡିଆ :ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି।

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ବିଧିବଦ୍ଧ ଭାବରେ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।…

Leave a Reply

Your email address will not be published. Required fields are marked *