ତାଳଚେର: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଲହୁଲୁହାଣ ।

ତାଳଚେର: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଲହୁଲୁହାଣ ।

୪ ରୁ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ ଉଦ୍ଦେଶ୍ୟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ବାଘୁଆବୋଲ ଅଞ୍ଚଳର ପରେଶ କୁମାର ଜେନା ଘରୋଇ ଟ୍ରାନ୍ସପୋର୍ଟରୁ ବିଳମ୍ବିତ ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ବାଘୁଆବୋଲ ପୀଠ ଠାରେ ଦୃର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ପ୍ରଥମେ ଅଟକାଇଥିଲେ ।

ଦୁର୍ବୃତ୍ତ ମାନେ ପରେଶଙ୍କୁ ପିଛା କରିବାରୁ ସେ ଭୟଭୀତ ହୋଇ ଗାଡିରୁ ପଡ଼ିଯାଇଥିଲେ ।  ସେ ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ତାଙ୍କ ଠାରୁ ମୋବାଇଲ ଫୋନ ଛଡ଼ାଇବାକୁ ଚେଷ୍ଟା କରିଥିଲେ ।  ପରେଶ ଚିତ୍କାର କରିବାରୁ ଦୃର୍ବୃତ୍ତ ମାନେ ସ୍ଥାନ ଛାଡି ପଳାଇଥିଲେ  ।  ପରେ ପରେଶ୍ ଏନେଇ ତାଳଚେର ଥାନାର ଦ୍ବାରସ୍ଥ ହୋଇଥିଲେ। ତାଳଚେର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି  ।

Related post

ଚତୁର୍ଥୀ ଦିନ ନୂଆ ବୋହୂ ଖୋଲିଲେ ବଡ଼ ରହସ୍ୟ: ସ୍ଵାମୀ ହାତ ଛାଡ଼ି ଗଲେ ପ୍ରେମିକ ଘରକୁ

ଚତୁର୍ଥୀ ଦିନ ନୂଆ ବୋହୂ ଖୋଲିଲେ ବଡ଼ ରହସ୍ୟ: ସ୍ଵାମୀ ହାତ…

ପ୍ରେମିକର ପ୍ରେମ ପାଗଳ କଲା । ସ୍ଵାମୀ ସହ ରହିବାକୁ ସ୍ତ୍ରୀର ଆଦୌ ଇଚ୍ଛା ନଥିଲା । ସ୍ଵାମୀକୁ ଛାଡ଼ି ପ୍ରେମିକ ପାଖକୁ ଯିବାକୁ ଚାହୁଁଥିଲା ସ୍ତ୍ରୀ ।…
ତାଳଚେରରେ ଥମୁନି କଳା ବେପାର, ଅଭିଯୋଗର ଲମ୍ବା  କାର୍ଯ୍ୟାନୁଷ୍ଠାନ ଶୂନ

ତାଳଚେରରେ ଥମୁନି କଳା ବେପାର, ଅଭିଯୋଗର ଲମ୍ବା କାର୍ଯ୍ୟାନୁଷ୍ଠାନ ଶୂନ

ଇଂରେଜ ଶାସନ ସମୟରୁ ୧୮୩୭ ମସିହାରେ ଏଠାରେ ମାଟି ତଳେ କୋଇଲା ଥିବା ନେଇ ଚିହ୍ନଟ ହୋଇଥିଲା । ୧୮୭୫ରେ ଏହି ଅଞ୍ଚଳରୁ କୋଇଲା ଖନନ କରାଯାଇଥିଲା ।…

Leave a Reply

Your email address will not be published. Required fields are marked *