ଟିମ୍ ଇଣ୍ଡିଆ :ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି।

ଟିମ୍ ଇଣ୍ଡିଆ :ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି।

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ ଇଣ୍ଡିଆ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ବିଧିବଦ୍ଧ ଭାବରେ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଏହାକୁ ନେଇ ପୂର୍ବରୁ ଆଇସିସିକୁ ଜଣାଇଥିଲା ବିସିସିଆଇ । ଏହାପରେ ଆଇସିସିକୁ କ୍ଷତି ପୂରଣ ମାଗିପାରେ ପସିବି । କାରଣ ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ତିନୋଟି ଭେନ୍ୟୁ ପ୍ରସ୍ତୁତ କରିଥିଲା ପାକିସ୍ତାନ ।

ଆଇସିସି ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହେବ । ଫାଇନାଲ ମାର୍ଚ୍ଚ ୯ ତାରିଖରେ ଖେଳାଯିବ । ପିସିବି ଏଥିପାଇଁ କାର୍ଯସୂଚୀ ଆରମ୍ଭ କରିଛି । ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯିବ । ମାର୍ଚ୍ଚ ୧ରେ ଦୁଇ ଟିମ ମଧ୍ୟରେ ମ୍ୟାଚ ରହିଛି ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୮ଟି ଟିମ୍ ଭାଗ ନେବ । ଚାମ୍ପିଅନ୍ସ ଟ୍ରଫିରେ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ପାକିସ୍ତାନ ଏବଂ ସାଉଥ ଆଫ୍ରିକା ରହିଛି । ଟୁର୍ଣ୍ଣାମେଣ୍ଟ ୧୦୦ ଦିନ ପାଇଁ ଖେଳାଯିବ ।

ଏହାସହ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ବି ପ୍ରତିଶ୍ରୁତି ଦେଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତହରେ ଦଳକୁ ଛାଡ଼ିବାକୁ ମନା କରିଦେଇଛି ବିସିସିଆଇ । ଦୀର୍ଘ ବର୍ଷ ପରେ କୌଣସି ଆଇସିସି ଇଭେଣ୍ଟ ଆୟୋଜନ କରିବାରୁ ସୁଯୋଗ ପାଇଛି ପାକିସ୍ତାନ । ତେବେ ଟିମ୍ ଇଣ୍ଡିଆ ଏହି ଇଭେଣ୍ଟରେ ଯୋଗନଦେଲେ ପାକିସ୍ତାନକୁ ଏହା ମହଙ୍ଗା ପଡ଼ିବ ।

Related post

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଫ୍ୟାନ୍ସଙ୍କୁ ଲୁଟିବ ପାକିସ୍ତାନ କ୍ରିକେଟ ବୋର୍ଡ, ସବୁଠାରୁ ଶସ୍ତା ଟିକେଟ ବି ମହଙ୍ଗା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଫ୍ୟାନ୍ସଙ୍କୁ ଲୁଟିବ ପାକିସ୍ତାନ କ୍ରିକେଟ ବୋର୍ଡ,…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖୁବଶୀଘ୍ର ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ଗତ ୨୯ ବର୍ଷ ମଧ୍ୟରେ ପାକିସ୍ତାନରେ ଅନୁଷ୍ଠିତ…
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ସୈନ୍ୟ ମୃତ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୭ ସୈନ୍ୟ ମୃତ

ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ । ଖୈବର ପଖତୁନଖୱା ପ୍ରଦେଶର ବନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରକୁ ଆତ୍ମଘାତୀ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି…

Leave a Reply

Your email address will not be published. Required fields are marked *