ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ
- ଦେଶ ବିଦେଶ
- October 28, 2024
- No Comment
- 0
ଆଜି ସକାଳ ପ୍ରାୟ ୭ଟାରେ ଅଖନୁର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହିଁ। ଆର୍ମିର ଆମ୍ଵୁଲାନସ ଯିବା ବେଳେ ଫାୟାରିଂର ଶବ୍ଦ ଶୁଭିଥିଲା।
ପାକିସ୍ତାନ ସୀମାନ୍ତର ବଲତାଲ୍ ଅଞ୍ଚଳରେ ଏହି ଘଟଣା ଘଟିଥିବାରୁ ଆର୍ମି ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାଇଫଲ୍ ଧରି ୨ରୁ ୩ ଜଣ ଲୋକ ବୁଲୁଥିଲେ। ସେମାନେ ହିଁ ଆତଙ୍କବାଦୀ ହୋଇଥିବାର ସନ୍ଦେହ କରି ସର୍ଚ୍ଚ ଅପରେସନ ଚଲାଇଛି ସେନା। ସେହି ଅଞ୍ଚଳକୁ ଘେରାଉ କରି ରଖିଛନ୍ତି ସୁରକ୍ଷାକର୍ମୀ।
ଆତଙ୍କବାଦୀମାାନେ ଯେପରି କୌଣସି ବାଟେ ଖସି ନ ଯାଆନ୍ତି, ସେଥିପାଇଁ କର୍ଡନ ଅଫ୍ କରାଯାଇଛି। କିଛି ମାସ ହେଲା ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଛି। ଏହାକୁ ନଜରରେ ରଖି ସୀମାରେ କଡ଼ାକଡ଼ି ପାଟ୍ରୋଲିଂ କରାଯାଉଛି।