ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା ଧାଡି ରେ

ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା ଧାଡି ରେ

କାଲି ରାତିରୁ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଜି ଓ କାଲି ଦୁଇଦିନ ଧରି କାଉଣ୍ଟରରେ ଟିକେଟ ବିକ୍ରି ହେବ । ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି ହେବ । ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୧ ହଜାର ୮୦ ଟିକେଟ ରହିଛି । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କିଣିପାରିବେ । ପରିଚୟ ପତ୍ର ଦେଖାଇ ଦର୍ଶକ କିଣିବେ ଟିକେଟ। ଟିକେଟ କାଉଣ୍ଟର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟିକେଟ କଳା ବଜାରୀ ଉପରେ ରହିଛି କଡ଼ା ନଜର । ସାଦା ପୋଷାକରେ ମୁତୟନ ଅଛନ୍ତି ପୋଲିସ ।

କାଉଣ୍ଟର ଟିକେଟ ପାଇଁ ତିନିିଟି ଟିକେଟ ବକ୍ସ ବ୍ୟବସ୍ଥା ହୋଇଛି । ଗୋଟିଏ ବକ୍ସକୁ ହର୍ସ ଗେଟ ନିକଟରେ ରଖାଯାଇଥିବା ବେଳେ, ଅନ୍ୟ ଦୁଇଟି ବକ୍ସକୁ ବାସ୍କେଟ ବଲ ପଡିଆ ପଛ ପଟ ରାସ୍ତା କଡ଼ରେ ରଖାଯାଇଛି । ହର୍ସ ଗେଟ ନିକଟ କାଉଣ୍ଟରରେ ଅଧିକ ମୂଲ୍ୟର ଟିକେଟ ମିଳିବ ।  ଅନ୍ୟ ଦୁଇଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାଲେରୀ ଟିକେଟ ବିକ୍ରି କରାଯିବ ।

ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ଟିକେଟ କାଉଣ୍ଟର କରାଯାଇଥିବା ବେଳେ, ମହିଳାଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ପଥ ଭିନ୍ନ ରଖାଯାଇଛି । ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକେଟ ବକ୍ସରେ ଦୁଇଟି କାଉଣ୍ଟର ରହିଛି ।  ଦୁଇଟି ପ୍ରବେଶ ଏବଂ ଦୁଇଟି ପ୍ରସ୍ଥାନ ଧାଡ଼ି ସହ ବ୍ୟାରିକେଡିଂ ବ୍ୟବସ୍ଥା ରହିଛି ।

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…
ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ, ୧୦ ୱିକେଟରେ ଜିତିନେଲା ଆଡିଲେଡ ଟେଷ୍ଟ

ପ୍ରତିଶୋଧ ନେଲା ଅଷ୍ଟ୍ରେଲିଆ, ୧୦ ୱିକେଟରେ ଜିତିନେଲା ଆଡିଲେଡ ଟେଷ୍ଟ

ତୃତୀୟ ଦିନରେ ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟକୁ ୧୦ ୱିକେଟରେ ଜିତିନେଇଛି । ଭାରତ ତୃତୀୟ ଦିନରେ ବ୍ୟାଟିଂ କରି ମାତ୍ର ୧୮ ରନ ବିଜୟ ପାଇଁ ଦେଇଥିଲା…

Leave a Reply

Your email address will not be published. Required fields are marked *