ଦେଶ ପାଳୁଛି ସମ୍ବିଧାନ ଦିବସ,ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଦେଶ ପାଳୁଛି ସମ୍ବିଧାନ ଦିବସ,ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି । ଏନେଇ ସାରା ଦେଶରେ ପାଳିତ ହେଉଛି ସମ୍ବିଧାନ ଦିବସ । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସମ୍ବିଧାନ ଦିବସ ଅବସରରେ ଆଜି ରାଜଧାନୀରେ ପଦଯାତ୍ରା ଅନୁଷ୍ଠିତ ହୋଇଛି ।

ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ଏଜି ଛକରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ । ପରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନୀ ଚରଣ ମାଝୀ । ସେ କହିଥିଲେ ଆଜି ଆମ ସମସ୍ତଙ୍କ ପାଇଁ ପବିତ୍ର ଦିନ । ସ୍ୱାଧିନ ଭାରତର ପୁଣ୍ୟ ଗ୍ରନ୍ଥ, ମାର୍ଗଦର୍ଶକ, ଆମ ସମ୍ବିଧାନ ।

ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ, ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କ୍ରୀଡ଼ାମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିଧାୟକ ବାବୁ ସିଂ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related post

ଶ୍ରୀମନ୍ଦିରରେ ଆଜି ପାଳନ ହେବ ଆଲୋକର ପର୍ବ  । ବଡ ବଡୁଆ ଡାକିବେ ଶ୍ରଦ୍ଧାଳୁ ।

ଶ୍ରୀମନ୍ଦିରରେ ଆଜି ପାଳନ ହେବ ଆଲୋକର ପର୍ବ । ବଡ ବଡୁଆ…

ବିରଜା ପାଞ୍ଜିକୁ ମାନୁଥିବା ଜିଲ୍ଲାଗୁଡିକରେ ଗତକାଲି ଲୋକ ଦୀପାବଳି ପାଳନ କରିଛନ୍ତି । ସେହିପରି କୋହେନୂର ଓ ଖଡୀରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକ ଆଜି ଦୀପାବଳି…
ଗାଁଠୁ ସହର ପାଳନ କରୁଛନ୍ତି ଆଜି ଆଲୋକର ପର୍ବ ଦୀପାବଳି

ଗାଁଠୁ ସହର ପାଳନ କରୁଛନ୍ତି ଆଜି ଆଲୋକର ପର୍ବ ଦୀପାବଳି

ଆଜି ଆଲୋକର ପର୍ବ ଦୀପାବଳି ।ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ପର୍ବ ହେଉଛି ପବିତ୍ର ଦୀପାବଳି…

Leave a Reply

Your email address will not be published. Required fields are marked *