ଟି୨୦ ସିରିଜ ପାଇଁ ସାଉଥ ଆଫ୍ରିକା ପହଞ୍ଚିଲା ଭାରତୀୟ ଟିମ୍

ଟି୨୦ ସିରିଜ ପାଇଁ ସାଉଥ ଆଫ୍ରିକା ପହଞ୍ଚିଲା ଭାରତୀୟ ଟିମ୍

ବିସିସିଆଇ ଏକ୍ସରେ ଏକ ଭିଡିଓ ସେୟାର କରିଛି । ଏଥିରେ ଖେଳାଳିମାନେ ମଜାମସ୍ତି କରୁଛନ୍ତି । ଅଭିଷେକ ବର୍ମା, ତିଳକ ବର୍ମାଙ୍କ ସମେତ ଅନ୍ୟ ଖେଳାଳିଙ୍କ ଜେନେରାଲ ଟେଷ୍ଟ କରାଯାଉଛି । ସାଉଥ ଆଫ୍ରିକା ସହିତ ଜଡିତ ପ୍ରଶ୍ନ ପଚରାଯାଇଛି । ଅର୍ଶଦୀପଙ୍କୁ ମଧ୍ୟ ପ୍ରଶ୍ନ ପଚରାଯାଉଛି । ଭିଡିଓରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମସ୍ତି କରୁଥିବାର ନଜର ଆସିଛନ୍ତି ।

ସାଉଥ ଆଫ୍ରିକା ଟୁର ପାଇଁ ବରିଷ୍ଠ ଖେଳାଳିଙ୍କ ସହିତ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି । ଟିମରେ ଅଭିଷେକ ଶର୍ମା, ତିଳକ ବର୍ମା, ରିଙ୍କୁ ସିଂ, ରମନଦୀପ ସଂ, ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ସେହିପରି ହାର୍ଦ୍ଦିକ, ଜିତେଶ କୁମାର, ସଂଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିଛି ।

ଭାରତୀୟ ଟି୨୦ ସ୍କ୍ବାର୍ଡ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ରିଙ୍କୁ ସିଂ, ରମନଦୀପ ସିଂ, ଅକ୍ଷର ପଟେଲ, ଆବେଶ ଖାନ, ୟଶ ଦୟାଲ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ କୁମାର, ସଂଜୁ ସାମସନ ।

ମ୍ୟାଚ ତାରିଖ :

ପ୍ରଥମ ମ୍ୟାଚ : ୮ ନଭେମ୍ବର(ଡରବନ)
ଦ୍ବିତୀୟ ମ୍ୟାଚ : ୧୦ ନଭେମ୍ବର (ଜୋହାନ୍ସବର୍ଗ)
ତୃତୀୟ ମ୍ୟାଚ : ୧୩ ନଭେମ୍ବର (ଜୋହାନ୍ସବର୍ଗ)
ଚତୁର୍ଥ ମ୍ୟାଚ : ୧୫ ନଭେମ୍ବର (ଜୋହାନ୍ସବର୍ଗ)

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ମିସ୍ ଟିନ୍ ୟୁନିଭର୍ସ ୨୦୨୪ :  ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ ।

ମିସ୍ ଟିନ୍ ୟୁନିଭର୍ସ ୨୦୨୪ : ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍…

ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ମର୍ଯ୍ୟାଦାଜନକ ଇଭେଣ୍ଟରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗନେଇଥିବା ବେଳେ ତ୍ରିଷ୍ଣା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ।  ତ୍ରିଷ୍ଣା କିଟ୍ ସ୍କୁଲ୍ ଅଫ୍…

Leave a Reply

Your email address will not be published. Required fields are marked *