ବଦଳିବ ରେଳଗାଡ଼ିର ରୂପ, ଯୋଡ଼ାଯିବ  ଦ୍ୱିତୀୟ ଶ୍ରେଣୀ କୋଚ୍‌

ବଦଳିବ ରେଳଗାଡ଼ିର ରୂପ, ଯୋଡ଼ାଯିବ ଦ୍ୱିତୀୟ ଶ୍ରେଣୀ କୋଚ୍‌

ରେଳଗାଡିରେ ସଂଯୋଗ ହେବ ଅତିରିକ୍ତ ସାଧାରଣ ଦ୍ୱିତୀୟ ଶ୍ରେଣୀ (ଜିଏସ୍‌) କୋଚ୍‌ । ଏହି କ୍ରମରେ ଗତ ତିନି ମାସ ମଧ୍ୟରେ ବିଭିନ୍ନ ଟ୍ରେନରେ ପ୍ରାୟ ୬୦୦ ନୂତନ ଅତିରିକ୍ତ ଜିଏସ କୋଚ୍‌ ଯୋଡ଼ାଯାଇଛି । ଚଳିତ ନଭେମ୍ୱର ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ଜିଏସ୍‌ କ୍ଲାସ୍‌ କୋଚ୍‌ ସଂଯୋଗ କରାଯିବ । ଏହି ନୂତନ ଜିଏସ୍‌ କୋଚ୍‌ ଯୋଗ ଦ୍ୱାରା ଦୈନିକ ପ୍ରାୟ ଏକ ଲକ୍ଷ ଯାତ୍ରୀ ଉପକୃତ ହେବେ । ଏଗୁଡିକ ବ୍ୟତୀତ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରେଳ ଚଳାଚଳରେ ବହୁ ସଂଖ୍ୟକ ଅଣ-ଏସି କୋଚ୍‌ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟ ଦ୍ରୁତଗତିରେ ଚାଲୁରହିଛି ।

ଏହି ବର୍ଗର ଯାତ୍ରୀମାନଙ୍କୁ ସର୍ବାଧିକ ସୁବିଧା ଯୋଗାଇବା ପାଇଁ ରେଳବାଇ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଏଭଳି ଅଣ-ଶୀତତାପ ନିୟନ୍ତ୍ରିତ ସାଧାରଣ ଶ୍ରେଣୀ ଜିଏସ୍‌ କୋଚ୍‌ ରେଳ ଚଳାଚଳରେ ଅନ୍ତର୍ଭୁକ୍ତ ହେବ । ଏଥିମଧ୍ୟରୁ ୬ହଜାରରୁ ଅଧିକ ଜିଏସ୍‌ କୋଚ୍‌ ହେବାକୁ ଥିବାବେଳେ ଅବଶିଷ୍ଟ କୋଚ୍‌ ଶୟନ ଶ୍ରେଣୀ ହେବ । ଏତେ ସଂଖ୍ୟକ ଅଣ-ଏସି କୋଚ୍‌ ଅନ୍ତର୍ଭୁକ୍ତ ହେବା ସହିତ ସାଧାରଣ ଶ୍ରେଣୀର ପ୍ରାୟ ଆଠ ଲକ୍ଷ ଅତିରିକ୍ତ ଯାତ୍ରୀ ରେଳ ଯୋଗେ ଯାତ୍ରା କରିପାରିବେ ।

Related post

Leave a Reply

Your email address will not be published. Required fields are marked *