ଇ-କେୱାଇସି କରି ନଥିବା ଯାଗୁଁ : ରାସନ କାର୍ଡ ତାଲିକାରୁ କଟିପାରେ ୭୦ଲକ୍ଷ ହିତାଧିକାରୀଙ୍କ ନାଁ ।
- ଦେଶ ବିଦେଶରାଜ୍ୟ
- November 19, 2024
- No Comment
- 2
ରାଜ୍ୟରେ ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି । ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ହେଲେ ବର୍ତ୍ତମାନ ରାଜ୍ୟରେ ସୁଦ୍ଧା ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ଇ-କେୱାଇସି କରିନାହାନ୍ତି ।
ଭିତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ରହିଛନ୍ତି । ଜିଲ୍ଲାରେ ୫ ଲକ୍ଷ ୪୨ ହଜାର ୮୧ ଜଣ ଇ-କେୱାଇସି କରିନାହାନ୍ତି । କେବଳ ଗଞ୍ଜାମ ନୁହଁ, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁରରେ ୪ ଲକ୍ଷରୁ ଅଧିକ କରିନାହାନ୍ତି ଇ-କେୱାଇସି । ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରେ ରହୁଥିବା ୯୪ ହଜାର ୬୫ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି ।