ସଲମାନ ଖାନଙ୍କୁ  ଧମକ

ସଲମାନ ଖାନଙ୍କୁ ଧମକ

ମୁମ୍ବାଇ ଟ୍ରାଫିକ ପୋଲିସ ହ୍ବାଟସଆପରେ ଏହି ଧମକ ମିଳିଛି । ମେସେଜ ପଠାଇଥିବା ବ୍ୟକ୍ତି ୫ କୋଟି ଟଙ୍କା ଦାବି କରିଛି । ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଗ୍ୟାଙ୍ଗଷ୍ଟାର ଲରେନ୍ସର ସମ୍ପର୍କୀୟ ବୋଲି ଦାବି କରିଛି । ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ ।

ନଚେତ ବାବା ସିଦ୍ଦିକିଙ୍କ ଠାରୁ ବି ତାଙ୍କ ଅବସ୍ଥା ଖରାପ ହେବ । ତାଙ୍କ ଜୀବନ ପ୍ରତି ବିପଦ ରହିଛି । ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅତି ନିକଟତର ବୋଲି କହିଛି । ତେବେ କିଏ ଓ କେଉଁଠୁ ଏ ମେସେଜ ପଠାଇଛି ସେ ନେଇ ତଦନ୍ତ କରୁଛି ମୁମ୍ବାଇ ପୋଲିସ ।

ଏପଟେ ସଲମାନଙ୍କ ବ୍ରାନ୍ଦା ସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

Related post

ଏୟାର ଇଣ୍ଡିଆର ୩୨ଟି ବିମାନକୁ ବୋମା ଧମକ

ଏୟାର ଇଣ୍ଡିଆର ୩୨ଟି ବିମାନକୁ ବୋମା ଧମକ

ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରତିଷ୍ଠାନକୁ ବୋମା ବିସ୍ଫୋରଣର ଧମକ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଣି ସମାନ କାଣ୍ଡ…

Leave a Reply

Your email address will not be published. Required fields are marked *