ଜମ୍ମୁ ଓ କାଶ୍ମୀରରେ କମୁଛନ୍ତି ପର୍ଯ୍ୟଟକ । ବଢ଼ୁଛି ହିଂସା

ଜମ୍ମୁ ଓ କାଶ୍ମୀରରେ କମୁଛନ୍ତି ପର୍ଯ୍ୟଟକ । ବଢ଼ୁଛି ହିଂସା

ଗତ ଚାରି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହିଂସା ବୃଦ୍ଧି ଘଟିଛି । ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିକୁ ପ୍ରଭାବିତ କରିଛି, କିନ୍ତୁ ହିଂସାର ସବୁଠାରୁ ଖରାପ ପ୍ରଭାବ ପର୍ଯ୍ୟଟକ ଶିଳ୍ପ ଉପରେ ପଡ଼ିଛି । ହିଂସାକାଣ୍ଡ ଯୋଗୁଁ ବାତିଲ ହୋଇଥିବା ଗସ୍ତର ସଠିକ ସଂଖ୍ୟା ଶିଳ୍ପ ଜଗତର ବିଶେଷଜ୍ଞମାନେ ପ୍ରକାଶ କରୁନଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।

ଡାଲ ହ୍ରଦରେ ଗତବର୍ଷ ତୁଳନାରେ ସନ୍ଧ୍ୟାରେ ପର୍ଯ୍ୟଟକଙ୍କ ସଂଖ୍ୟା କମ୍ ଦେଖିବାକୁ ମିଳୁଛି । ହ୍ରଦ ଉପରେ ସବାରୀ ଡଙ୍ଗା ଚଳାଉଥିବା ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ନିର୍ବାଚନ ଓ ଏବେ ହିଂସାକାଣ୍ଡ ଯୋଗୁଁ ପର୍ୟ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ନିର୍ବାଚନ ଓ ପରେ ହିଂସାକାଣ୍ଡ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ, ଯେଉଁ କାରଣରୁ ପର୍ଯ୍ୟଟକଙ୍କ ସଂଖ୍ୟା  ହ୍ରାସ ପାଉଛି ।

ଡାଲ ହ୍ରଦ ସବାରୀ ଡଙ୍ଗା ସଂଘ ପକ୍ଷରୁ କୁହାଯାଇଛି ଅକ୍ଟୋବର-ନଭେମ୍ବର ମାସରେ ପୂଜା ଛୁଟିରେ ଅନେକ ଲୋକ କାଶ୍ମୀରକୁ ଆସୁଥିଲେ, କାରଣ ସେମାନଙ୍କୁ ଯିବାର ସୁଯୋଗ ମିଳିଥାଏ । କିନ୍ତୁ ପର୍ଯ୍ୟଟନ ସ୍ଥଳକୁ ନେଇ ଅନେକ ଆତଙ୍କବାଦୀ ହିଂସାକାଣ୍ଡ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ଜମ୍ମୁ-କଶ୍ମୀର ହୋଟେଲ ଆସୋସିଏସନର ସମ୍ପାଦକ ତାରିକ୍ ଘନି କହିଛନ୍ତି, ଯେଉଁସ୍ଥାନରେ ହିଂସାର ଆଶଙ୍କା ରହିଛି, ସେଠାକୁ କିଏ ଆସିବାକୁ ଚାହିଁବ ? ଲୋକମାନେ ମଜା କରିବାକୁ ଆସିବେ ଏବଂ ଯଦି ପରିସ୍ଥିତି ଖରାପ ହେବ, ତେବେ ଲୋକମାନେ କାହିଁକି ଆସିବେ । ବ୍ୟବସାୟୀମାନେ ସରକାରଙ୍କୁ ନିବେଦନ କରି କହିଛନ୍ତି ସରକାରଙ୍କ ସହାୟତା ଦରକାର ନହେଲେ ଆମେ ମାନେ ପ୍ରଭାବିତ ହେବୁ ।

  • ସରକାରଙ୍କଠାରୁ ପର୍ୟ୍ୟଟନ ଶିଳ୍ପର ଆଶା 
  • ଜୁନ୍ ମାସରେ ୩,୧୧୯ ଜଣ ବିଦେଶୀ ପର୍ୟ୍ୟଟକଙ୍କୁ ମିଶାଇ ସମୁଦାୟ ୩ଲକ୍ଷ୭୮ ହଜାର  ପର୍ୟ୍ୟଟକ ଆସିଥିଲେ 
  • ଜୁଲାଇରେ ପର୍ଯ୍ୟଟକଙ୍କ ସଂଖ୍ୟା ରେକର୍ଡ ବୃଦ୍ଧି ପାଇଥିବା ବେଳେ ୨୭୪୦ ବିଦେଶୀ ପର୍ୟ୍ୟଟକଙ୍କୁ ମିଶାଇ ୫ଲକ୍ଷ୨୬ହଜାର,୪୬୫ଜଣ ପର୍ୟ୍ୟଟକ ଆସିଛନ୍ତି।
  • ଅଗଷ୍ଟମାସରେ ୩ଲ୪ ୩୯ହଜାର ୫୩୯ଜଣ ପର୍ୟ୍ୟଟକ ଆସିଥିଲେ ।
  • ପୂଜା ଛୁଟି ସତ୍ତ୍ୱେ ଅକ୍ଟୋବର ମାସ ଓ  ନଭେମ୍ବର ମାସରେ ଏହି ସଂଖ୍ୟା ହ୍ରାସ ପାଇଛି।
  • ଅକ୍ଟୋବର ମାସରେ ହୋଇଥିବା ନିର୍ବାଚନରେ ଏହି ସଂଖ୍ୟା ହ୍ରାସ ପାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଁ ମଧ୍ୟ ଦାୟୀ ବୋଲି ଅଧିକାରୀମାନେ କହିଛନ୍ତି।

Related post

ଜମ୍ମୁ କଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ଜମ୍ମୁ କଶ୍ମୀର: ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର। ଖାନ୍ୟାର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ । ବନ୍ଦିପୁରା ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର । ତେବେ ମୃତାହତ…
ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଜାମ୍ମୁ କାଶ୍ମୀରରେ ଆର୍ମି ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ

ଆଜି ସକାଳ ପ୍ରାୟ ୭ଟାରେ ଅଖନୁର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହିଁ। ଆର୍ମିର ଆମ୍ଵୁଲାନସ ଯିବା ବେଳେ ଫାୟାରିଂର ଶବ୍ଦ…
ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଓମାର ଅବଦ୍ଦୁଲା

ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଓମାର ଅବଦ୍ଦୁଲା

ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଓମାର ଅବଦ୍ଦୁଲା । କିନ୍ତୁ କେନ୍ଦ୍ର ଶାସିତ ଅଂଚଳ ହେବା ପରେ ଜମ୍ମୁ ଓ କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓମାର ।…

Leave a Reply

Your email address will not be published. Required fields are marked *