କୋରାପୁଟ ଜୟପୁରରେ ବାଇକକୁ ପିଟିଲା ଟ୍ରକ୍ ୪ ମୃତ

କୋରାପୁଟ ଜୟପୁରରେ ବାଇକକୁ ପିଟିଲା ଟ୍ରକ୍ ୪ ମୃତ

ଜୟପୁରର ଜବାକର୍ଣ୍ଣାଡ଼ି ଅଂଚଳରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ। ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୋଟିଏ ବାଇକରେ ୪ ଜଣ ବସି ଯାଉଥିବା ବେଳେ ଟ୍ରକ ସହିତ ପିଟି ହୋଇଥିଲା। ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ବି ମୃତ୍ୟୁ ହୋଇଛି।

ଟ୍ରକଟି ବୈପାରୀଗୁଡ଼ାରୁ ଜୟପୁର ଅଭିମୁଖେ ଆସୁଥିଲା । ବାଇକଟି ବିପରୀତ ଦିଗରେ ଯାଉଥିବା ବେଳେ ଧକ୍କା ହୋଇଥିଲା । ତେବେ ଏପର୍ୟ୍ୟନ୍ତ ମୃତକ ଓ ଆହତଙ୍କ କୌଣସି ପରିଚୟ ମିଳିପାରିନାହିଁ।

Related post

Leave a Reply

Your email address will not be published. Required fields are marked *