ତାଲିବାନ ଶାସନର  ର ନୂଆ ନିୟମ ,ଝିଅ ମାନେ ଏବେଠାରୁ ଡାକ୍ତରୀ ପାଠ ପଡିପାରିବେନି ।

ତାଲିବାନ ଶାସନର ର ନୂଆ ନିୟମ ,ଝିଅ ମାନେ ଏବେଠାରୁ ଡାକ୍ତରୀ ପାଠ ପଡିପାରିବେନି ।

ତାଲିବାନ କେତେକ ପ୍ରଦେଶରେ ମହିଳାମାନଙ୍କୁ ପୁରୁଷ ଡାକ୍ତରଙ୍କ  ଦ୍ୱାରା ଚିକିତ୍ସା କରିବା ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ବଡ କଥା ହେଉଛି  ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଠ ପଡା ଓ ନିଯୁକ୍ତି ଉପରେ ମଧ୍ୟ ରୋକ ଲାଗିବ, ଅର୍ଥାତ ଝିଅ ମାନେ ଏବେଠାରୁ ଡାକ୍ତରୀ ପାଠ ପଡିପାରିବେନି ।ତେବେ ଏହି ନିୟମ ପରେ ମହିଳାମାନେ ଯନ୍ତ୍ରଣା, ଅସୁସ୍ଥତା ଏବଂ ମୃତ୍ୟୁର ସମ୍ମୁଖୀନ ହେବେ, କାରଣ ସେମାନେ ସ୍ୱାସ୍ଥ୍ୟସେବା ବିନା ରହିବାକୁ ବାଧ୍ୟ ହେବେ ।

କାରଣ ସେମାନଙ୍କ ଚିକିତ୍ସା ପାଇଁ କୌଣସି ମହିଳା ସ୍ୱାସ୍ଥ୍ୟକର୍ମୀ ରହିବେ ନାହିଁ । ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା  ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବୈଠକରେ ଏହି ଘୋଷଣା କରିଛନ୍ତି । ଏକ ବୈଠକରେ ଅବଗତ କରାଯାଇଥିଲା ଯେ ମହିଳା ଓ ଝିଅମାନେ ସେମାନଙ୍କ ଅନୁଷ୍ଠାନରେ ଆଉ ପଢ଼ିପାରିବେ ନାହିଁ  ।

Related post

Leave a Reply

Your email address will not be published. Required fields are marked *