ଆୟ ବହିର୍ଭୁକ୍ତ ସମ୍ପତ୍ତି ମାମଲା ରେ ଉପଜିଲ୍ଲାପାଳ : ଚାଲିଛି ଭିଜିଲାନ୍ସ ରେଡ

ଆୟ ବହିର୍ଭୁକ୍ତ ସମ୍ପତ୍ତି ମାମଲା ରେ ଉପଜିଲ୍ଲାପାଳ : ଚାଲିଛି ଭିଜିଲାନ୍ସ ରେଡ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି । ଏକାକାଳୀନ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ ।   ଭୁବନେଶ୍ୱର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ ଟି ସ୍ଥାନରେ ଚାଲିଛି ଚଢାଉ ।

ଭୁବନେଶ୍ୱର ଝାରପଡାରେ ରହିଛି ଗୋଟିଏ ତିନି ମହଲା ଓ ଏକ ମହଲା ଘର। ଭଦ୍ରକରେ ରହିଛି ତିନି ମହଲା ଓ ଦୁଇ ମହଲା ଘର। କାମାକ୍ଷାନଗର ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଆବାସିକ ଘରେ ରେଡ଼ ଚାଲିଛି।

ଭଦ୍ରକ ବାସୁଦେବପୁର ପୈତୃକ ଘର, ଭଦ୍ରକ ବରୁଣାଇରେ ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡ଼ିଆରେ ଜଣେ ସହଯୋଗୀଙ୍କ ଘର, ମୟୁରଭଞ୍ଜ ରାଇରଙ୍ଗପୁରରେ ଅନ୍ୟଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି ।

ରେଡରେ ଦଶ ଜଣ ଡିଏସପି ଓ ତିନି ଜଣ ଇନ୍ସପେକ୍ଟର ରେଡରେ ସାମିଲ ଅଛନ୍ତି ।  ଆୟବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ ।

 

Related post

Leave a Reply

Your email address will not be published. Required fields are marked *