ଗାଁଠୁ ସହର ପାଳନ କରୁଛନ୍ତି ଆଜି ଆଲୋକର ପର୍ବ ଦୀପାବଳି
- ଦେଶ ବିଦେଶରାଜ୍ୟ
- October 31, 2024
- No Comment
- 2
ଆଜି ଆଲୋକର ପର୍ବ ଦୀପାବଳି ।ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ପର୍ବ ହେଉଛି ପବିତ୍ର ଦୀପାବଳି ।
ଚାରିଆଡେ ଖୁସିରେ ଲୋକମାନେ ପାଳୁଛନ୍ତି ଶୁଭ ଦୀପାବଳି । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି।
ଦୀପାବଳି ସାଙ୍ଗକୁ ସାରା ଦେଶରେ ଆରମ୍ଭ ହୋଇଛି ମା କାଳୀଙ୍କ ପୂଜା। ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ କରୁଛି।