
କିଏ ଧରିବେ ମହାରାଷ୍ଟ୍ର ମଙ୍ଗ: ତିନି ଦଳ ଭିତରେ ଅଙ୍କକଷା
- ଦେଶ ବିଦେଶ
- November 24, 2024
- No Comment
- 17
ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୃଢ଼ ଦାବିଦାର ଅଛନ୍ତି । ଶିବସେନା ନେତା ଏକନାଥ ସିନ୍ଦେ ଓ ଏନ୍ସିପି ନେତା ଅଜିତ ପାୱାର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିବା ନେଇ ଚର୍ଚ୍ଚା ହେଉଥିଲା ।
ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ତିନି ଦଳ ଏକାଠି ବସି ସ୍ଥିର କରିବେ । ଫଡନବିସଙ୍କ ନାମ ସର୍ବାଧିକ ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତାଙ୍କ ପ୍ରତି ଆରଏସ୍ଏସ୍ର ସମର୍ଥନ ରହିଛି । ଗତ ୨୦ ତାରିଖରେ ମତଦାନ ଶେଷ ହେବା ପରେ ସେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ କରିଥିଲେ । ଯଦିଓ ସେ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଥିଲେ କିନ୍ତୁ ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ଚୌକି ପ୍ରତି ସମର୍ଥନ ହାସଲ କରିବାକୁ ସେ ଭାଗବତଙ୍କ ସମର୍ଥନ ଲୋଡିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୩ ଦଳର ଶୀର୍ଷ ନେତାମାନେ ବସି ଏହା ଉପରେ ନିଷ୍ପତ୍ତି ନେବେ । ମହାୟୁତିର ତୃତୀୟ ଦଳ ଭାବେ ନ୍ସିପି ନେତା ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଚୌକି ଉପରେ ଆଖି ପକାଇଛନ୍ତି । ଏପରିକି ଭୋଟ ଗଣତି ପୂର୍ବଦିନ କେତେକ ସ୍ଥାନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରି ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲେ । ଅତିକମ୍ରେ ଏନ୍ସିପି ନେତାମାନେ ଭାବିଥିଲେ ସେମାନେ କିଙ୍ଗମେକର ହୋଇପାରିବେ ।