ମହିଳା ଏସୀୟ ହକି: ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ଚାମ୍ପିଅନ୍

ମହିଳା ଏସୀୟ ହକି: ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ଚାମ୍ପିଅନ୍

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ଫାଇନାଲରେ ଚାଇନାକୁ ୧-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ବିଜୟୀ ହୋଇଛି। ମ୍ୟାଚର ଏକମାତ୍ର ଗୋଲ ଦୀପିକା ଭାରତ ପାଇଁ ତୃତୀୟ କ୍ୱାର୍ଟରରେ କରିଥିଲେ। ଏହି ଗୋଲଟି ପେନାଲଟି କର୍ଣ୍ଣରରୁ ଆସିଥିଲା।

ଏହାପୂର୍ବରୁ ଦୀପିକା ଏକ ପେନାଲଟି କର୍ଣ୍ଣରରେ ବିଫଳ ହୋଇଥିଲେ ମଧ୍ୟ ଆଉ ଏକ ସୁଯୋଗକୁ ହାତଛଡ଼ା ନ କରି ଗୋଲ କରିଥିଲେ। ଲଗାତାର ଦ୍ୱିତୀୟଥର ପାଇଁ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିବାର ସକ୍ଷମ ହୋଇଛି। ଯେତେବେଳେ କି କୋଚ୍ ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଦଳ ପାଇଁ ଏହା ପ୍ରଥମ ଟ୍ରଫି।

ସ୍କୋରଲାଇନ୍ ଏହା ଦର୍ଶାଉଛି ଯେ ଏହି ମ୍ୟାଚ୍ ଏକ କଡ଼ା ପ୍ରତିଯୋଗିତାପୂର୍ଣ୍ଣ ଥିଲା । ପ୍ରତ୍ୟେକ ମୁକାବିଲା ପରି, ତୃତୀୟ କ୍ୱାର୍ଟରରେ ଭାରତ ଗିଅର୍ ବଦଳାଇ ମ୍ୟାଚ୍ ନିୟନ୍ତ୍ରଣକୁ ନେଇଥିଲା। ତେବେ ଭାରତ ପାଇଁ ଏହି ମ୍ୟାଚ୍ ସହଜ କରିଥିବାରୁ ଏହାର ଶ୍ରେୟ ଚାଇନାକୁ ଯିବ। ଦୀପିକା ଟୁର୍ନାମେଣ୍ଟ ଯୋଗ୍ୟତା ପର୍ଯ୍ୟାୟରେ ୧୧ ଗୋଲ ଦେଇ ଟେବୁଲର ଶୀର୍ଷରେ ରହିଥିଲେ ଏବଂ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇଥିଲେ। ଏଥିସହିତ ଫାଇନାଲ ମୁକାବିଲାରେ ମଧ୍ୟ ସେ ଭାରତ ପାଇଁ ମ୍ୟାଚର ଏକମାତ୍ର ଗୋଲ ସ୍କୋର କରିଥିଲେ।

Related post

Leave a Reply

Your email address will not be published. Required fields are marked *