
ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
- ରାଜ୍ୟ
- April 8, 2025
- No Comment
- 3
ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଧାଡ଼ି ଦର୍ଶନ ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି । ଚଳିତ ସପ୍ତାହରେ ଶ୍ରୀମନ୍ଦିର ମ୍ୟାନେଜିଙ୍ଗ କମିଟି ଗଠିତ ହୋଇଯିବ । କମିଟି ହେଲାପରେ ନାଟମ ଣ୍ଡପ ଭିତରେ ଥିବା ହୁଣ୍ଡିର ସ୍ଥାନାନ୍ତର ପ୍ରକ୍ରିୟା ହେବ ।
ହୁଣ୍ଡି ସ୍ଥାନାନ୍ତର ପାଇଁ ମ୍ୟାନେଜିଙ୍ଗ କମିଟି ଓ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି । ଅନୁମତି ମିଳିବା ପରେ ହୁଣ୍ଡି ସ୍ଥାନାନ୍ତର ହେବ ଓ ତୁରନ୍ତ ଧାଡ଼ି ଦର୍ଶନ ବ୍ୟବସ୍ଥା ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।