ବଲିଉଡ ଷ୍ଟାର୍ ସଲମାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍ !
- ମନୋରଞ୍ଜନ
- June 24, 2025
- No Comment
- 127
ଚର୍ଚ୍ଚିତ ବଲିଉଡ ସୁପରଷ୍ଟାର ସଲମାନ ଖାନ ବ୍ରେନ୍ ଆନ୍ୟୁରିଜିମ୍ ଏବଂ AV ମାଲ୍ଫର୍ମେସନ୍ ଭଳି ଗମ୍ଭୀର ରୋଗରେ ପୀଡିତ ଥିବା ସୂଚନା ମିଳିଛି । ଏପରି ପରିସ୍ଥିତିରେ ସଲମାନଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ଚିନ୍ତିତ ରହିଛନ୍ତି । ଏବଂ ଏହାର ଖୁଲାସା ସଲମାନ କରିଛନ୍ତି ।ଏପରି ଅବସ୍ଥାରେ ତାଙ୍କ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସଲମାନ ଖାନ୍ ନିକଟରେ ’ଦି ଗ୍ରେଟ୍ ଇଣ୍ଡିଆନ କପିଲ ଶର୍ମା ଶୋ ୩’ରେ ପ୍ରଥମ ଅତିଥି ଭାବେ ଯୋଗ ଦେଇଥିଲେ ।ଏହାରି ମଧ୍ୟରେ ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମଧ୍ୟ ଖୁଲାସା କରିଥିଲେ ।ସେଠାରେ ସଲମାନ ପହଞ୍ଚି ଅନେକ ମଜାମସ୍ତି କରିଥିଲେ ।ସେହିଠାରେ ହିଁ ସେ ଗମ୍ଭୀର ସମସ୍ୟାରେ ପୀଡିତ ରହିଛନ୍ତି ବୋଲି କହିଥିଲେ । ଏହା ବ୍ୟତୀତ ସେ ତାଙ୍କ ବିବାହ ଏବଂ ଡିଭୋର୍ସ ଭଳି ସବୁ କଥାକୁ ସମସ୍ତଙ୍କ ସହିତ ସେୟାର କରିଥିଲେ ।