ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି, ମାଉସୀ ମା’ଙ୍କ ହାତରୁ ଖାଇବେ ପୋଡ଼ପିଠା

ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋଜନପ୍ରିୟ । ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି । ତଥାପି ପିଠା ଖାଇବା ପାଇଁ ତାଙ୍କର ରୁଚି ଅଧିକ ଥାଏ । ତେଣୁ ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ । ବର୍ତ୍ତମାନ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ବାହୁଡ଼ା ଯାତ୍ରା ଦିନ ମାଉସୀ ମା’ ପାଖରୁ ପୋଡ଼ ପିଠା ଖାଇବେ ମହାପ୍ରଭୁ । ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା । ୯ ଦିନ ଧରି ମାଉସୀ ଘରେ ଲୀଳା ଖେଳା କରିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ପୁଣି ଫେରିବେ ଶ୍ରୀମନ୍ଦିରକୁ । ମହାମାୟା ମା ଲକ୍ଷ୍ମୀଙ୍କ ପାଖକୁ ଫେରିବେ କାଳିଆ ଠାକୁର । ତେବେ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । ତେଣୁ ବାହୁଡା ଯାତ୍ରା ଅବସରରେ ମାଉସୀ ମା’ଙ୍କ ପୂଜକ ବିଶ୍ବନାଥ ମିଶ୍ର ମନ୍ଦିରରେ ପୋଡ଼ ପିଠା ପ୍ରସ୍ତୁତ କରିଛନ୍ତି । ଯାହାକୁ ରଥାରୁଢ ମହାପ୍ରଭୁଙ୍କୁ ଅର୍ପଣ କରାଯିବ l ମହାପ୍ରଭୁଙ୍କ ପାଇଁ  ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ପୋଡ଼ପିଠା ପ୍ରସ୍ତୁତି ବି ନିଆରା । ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ । ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ । ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ତିନି ଠାକୁରଙ୍କୁ ତିନୋଟି କୁଡୁଆରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ ।  ଇତିମଧ୍ୟରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଭାଦ୍ରବ ମାସ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଦେବୀ ଦକ୍ଷିଣକାଳୀଙ୍କୁ ଆଜ୍ଞାମାଳ ଦେଇ ସାତପୁରୀ ପିଠା କରିବା ପାଇଁ ଆଜ୍ଞା ଦେଇଥାନ୍ତି । ତାଙ୍କ ଆଜ୍ଞାକୁ ପାଳନ କରି ଦେବୀ ଦକ୍ଷିଣକାଳୀ ଅମାବାସ୍ୟା ଦିନ ତିନୋଟି ତାଡ଼ରେ ସାତ ପ୍ରକାର ପୁରଦିଆ ସୁଆଦିଆ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଖୁଆଇଥାନ୍ତି । ସେହିପରି ମକର ସଂକ୍ରାନ୍ତି ଦିନ ସ୍ବୟଂ ମହାଲକ୍ଷ୍ମୀ ୮୪ ପ୍ରକାରର ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ମଣୋହି କରାଇଥାନ୍ତି  । ଏହାବ୍ୟତୀତ ଠାକୁରଙ୍କ ପାଖରେ ପ୍ରତିଦିନ ବିଭିନ୍ନ ପ୍ରକାର ପିଠା ଭୋଗ ଲାଗିଥାଏ

Related post

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ ଅଧିକ ସାମ୍ବାଦିକ ବିଦା

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ…

ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ପ୍ରାୟ ୧୩୦ ରୁ ୧୫୦ ବାଂଲାଦେଶୀ ସାମ୍ବାଦିକ ୨୦୨୬…
ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ, ଶସ୍ତା ହେବ ଏସବୁ ଜିନିଷ

ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ, ଶସ୍ତା ହେବ ଏସବୁ ଜିନିଷ

“ମଦର ଅଫ୍ ଅଲ୍ ଡିଲ୍ “କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ ।…
ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ, ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ

ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ, ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ

କୋଲକାତାର ୫ଜଣ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ପରେ ଆଲର୍ଟରେ ଅଛି ସ୍ୱାସ୍ଥ୍ୟ ବିଭାଗ ।  ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଅଛନ୍ତି । …

Leave a Reply

Your email address will not be published. Required fields are marked *