ଶିମିଳିପାଳ ଅଭୟାରଣ୍ୟରେ ବାରାହା ଶିକାର ଅଭିଯୋଗ, ୩ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ ବାରାହା ଶିକାର ଅଭିଯୋଗ, ୩ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ  ବାରାହା  ଶିକାର କରିବା ଅଭିଯୋଗ । ଏନେଇ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଅଭୟାରଣ୍ୟର ଉତ୍ତର ପିଠାବଟା ଓ୍ବାଇଲ୍ଡ ଲାଇଫ ରେଞ୍ଜ ଅଞ୍ଚଳରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ପଶିଥିଲେ ଶିକାରୀ । ଏନେଇ  ଖବରପାଇ ବନ କର୍ମଚାରୀମାନେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ ।

ଏହି ସମୟରେ କିଛି ଲୋକ ବେଆଇନ ଭାବେ ଏକ ଜଙ୍ଗଲୀ ବାରହା ଶିକାର କରିଥିବା ଜାଣି ସେମାନଙ୍କୁ ମାଡ଼ି ବସିଥିଲା ବନ ବିଭାଗ। ସେମାନଙ୍କ ଠାରୁ କଞ୍ଚା ଏବଂ ରନ୍ଧା ହୋଇଥିବା ବାରାହା ମାଂସକୁ ଜବତ କରାଯିବା ସହ ଶିକାର ଉଦ୍ଦେଶ୍ୟରେ ବିଭିନ୍ନ ସାମଗ୍ରୀକୁ ମଧ୍ୟ ଜବତ୍ କରିଛି ବନ ବିଭାଗ।

ତେବେ ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆଶୁଣି ପଞ୍ଚାୟତ ରାମହରିପୁର ଅଞ୍ଚଳ ର ସର୍ଗତଃ ବାବୁରାମ ସିଂଙ୍କ ପୁଅ ବୁଦ୍ଧିଆ ସିଂ, ସନିଆ ସିଂଙ୍କ ପୁଅ ଗୁରା ସିଂ ଏବଂ ବାହାଦୁର ସିଂଙ୍କ ପୁଅ ଧରମୁ ସିଂ। ତେବେ ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି।

ସେହିପରି  ଏହି ଶିକାରୀମାନଙ୍କ ମଧ୍ୟରୁ ଅନ୍ୟ ଦୁଇ ଅଭିଯୁକ୍ତ ଖସି ପଳାଇ ଥିବା ବେଳେ ସେମାନଙ୍କୁ ବନ ବିଭାଗ ଧରିବାକୁ ଚେଷ୍ଟା କରୁଥିବା ନେଇ ଶିମିଳିପାଳ ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୈଡା ସୂଚନା ଦେଇଛନ୍ତି ।

Related post

୨୯ ବର୍ଷ ପରେ ଗିରଫ ହେଲା ଦାଉଦ୍ ଇବ୍ରାହିମ୍-ଛୋଟା ସକିଲ୍ ଗ୍ୟାଙ୍ଗ୍‌ର ଗ୍ୟାଙ୍ଗଷ୍ଟାର୍, କର୍ଣ୍ଣାଟକ ହୁବଲିରୁ ଧରିଲା ସ୍ବତନ୍ତ୍ର ପୋଲିସ ଟିମ୍…

୨୯ ବର୍ଷ ପରେ ଗିରଫ ହେଲା ଦାଉଦ୍ ଇବ୍ରାହିମ୍-ଛୋଟା ସକିଲ୍ ଗ୍ୟାଙ୍ଗ୍‌ର…

ମୁମ୍ବାଇ ପୋଲିସ ଦାଉଦ ଇବ୍ରାହିମ୍ ଏବଂ ଛୋଟା ସକିଲ୍ ଗ୍ୟାଙ୍ଗ୍ ସହ ଜଡିତ ୬୩ ବର୍ଷିୟ ଗ୍ୟାଙ୍ଗଷ୍ଟାର ପ୍ରକାଶ ରତିଲାଲ୍ ହିଙ୍ଗୁକୁ ଗିରଫ କରିଛି। ୧୯୯୬ ମସିହା ଆର୍ଥର…
ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ ଗିରଫ I

ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ…

ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା ।ଏସିଏଫ ରେବତୀ ରମଣ…

Leave a Reply

Your email address will not be published. Required fields are marked *