ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର ସ୍ବତନ୍ତ୍ରତାକୁ ନୂଆ ଦିଗ ଦେଖାଇଥିବା ଏହି ପରାକ୍ରମୀ ନେତାଙ୍କର ଆଜି ୧୨୮ତମ ଜୟନ୍ତୀ । ନେତାଜୀଙ୍କ ଜନ୍ଦିନକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ନେତାଜୀ ଜୟନ୍ତୀ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରଦାର। ତାଙ୍କ ଜନ୍ମସ୍ଥାନ କଟକ ଓଡିଆ ବଜାର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପ୍ରସ୍ତୁତ ହୋଇରହିଛି ।

ସଂଗ୍ରହାଳୟର ଉଦ୍ୟାନ ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲରେ ପୁରି ଉଠିଛି । ୧୨ଟି ଯାକ ଗ୍ୟାଲେରୀ, ନେତାଜୀଙ୍କ ପ୍ରତିମୂର୍ତ୍ତି, ମୁଖ୍ଯ ଫାଟକ ଓ ଘୋଡା ଶାଳ ସବୁ କିଛି ଜୟନ୍ତୀ ପାଇଁ ସୁସଜ୍ଜିତ ହୋଇ ରହିଛି। କଟକର ବିଭିନ୍ନ ସାହି ଓ ଅଂଚଳ ରୁ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ, ଯୁବକ ଯୁବତୀ, ନେତାଜୀ ପ୍ରେମୀ ବାହାରି ଓଡିଆ ବଜାର ସଂଗ୍ରହାଳୟ ଆସିବେ। ସେଠାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ସେହିପରି  ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୬ ତମ ଜୟନ୍ତୀ । ସମ୍ବଲପୁରର ଜେଲଖାନା ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଅଧିକାରୀ, ରାଜନେତା, ସାଧାରଣ ଜନତାଙ୍କ ସହ ଛାତ୍ରଛାତ୍ରୀମାନେ ମାଲ୍ୟାର୍ପଣ କରିବା ସହ ସ୍ମୃତି ଚାରଣ କରିଛନ୍ତି । ସୁରେନ୍ଦ୍ର ସାଏ ହେଉଛନ୍ତି ପ୍ରଥମ ମୁକ୍ତି ସଂଗ୍ରାମର ଶେଷ ସଂଗ୍ରାମୀ । ସବୁଠାରୁ ଅଧିକ ଦିନ ଜେଲରେ ରହିଥିବା ସଂଗ୍ରାମୀ ।  ବ୍ରିଟିଶର୍ସଙ୍କ ବିରୋଧରେ ଗରିଲା ଯୁଦ୍ଧ କରି ନିଦ ହଜାଇ ଦେଇଥିଲେ ।

Related post

ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ…

ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ…
୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି…

ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ପାଇଁ…

Leave a Reply

Your email address will not be published. Required fields are marked *