ଲଜିଷ୍ଟିକ ଗାଡି ରୁ  ୨୦ କେଜି ସୁନା ଜବତ

ଲଜିଷ୍ଟିକ ଗାଡି ରୁ ୨୦ କେଜି ସୁନା ଜବତ

କୋଲାକାତାରୁ ବାରିପଦା ଆସୁଥିବା ବେଳେ ଏମକେସି ହାଇସ୍କୁଲ ଛକରୁ ଗାଡି ସହ ଧରିଲା GST ଟିମ ।  ବାରିପଦା ଏମ୍ କେ ସି ହାଇସ୍କୁଲ ପାଖ ଏକ ଗହଣା ଦୋକାନରେ ସୁନା ଗହଣା ଯୋଗାଇ ଦେଉଥିବା ବେଳେ ଜବତ ହୋଇଛି ।

ଏହି ଗାଡ଼ିରେ ମୁମ୍ବାଇ, କୋଲକାତା, ବାଲେଶ୍ଵର ଓ ବାରିପଦାର କିଛି ଗହଣା ବ୍ୟବସାୟଙ୍କ ନାମରେ ବିଲ୍ ଥିବାରୁ ସେଥିରେ ସନ୍ଦେହ କରାଯାଉଥିବା ବାଣିଜ୍ୟକର ଅଧିକାରୀ କହିଛନ୍ତି ।

ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ ଆସିଥିଲା । ମୁମ୍ବାଇରୁ ଉକ୍ତ ସୁନା ଫ୍ଲାଇଟ୍‌ରେ କୋଲକତାରେ ପହଞ୍ଚିଥିଲା ।  ଏହାପରେ ସେଠାରୁ ସଡ଼କ ପଥରେ ଲଜିଷ୍ଟିକ୍‌ ଗାଡ଼ିରେ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା ।  ଏନେଇ ଜିଏସ୍‌ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ ।

ମଧ୍ୟ ରାତ୍ରିରେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ପୋଲିସ୍‌ ସହାୟତାରେ ତାହାକୁ ଅଟକ ରଖାଯାଇଛି।  ରାତି ହୋଇଯିବାରୁ ତଦନ୍ତ ସମ୍ଭବ ହୋଇ ନ ଥିବା ବେଳେ ଆଜି ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ  ।

Related post

ଭାରତ-ବାଂଲାଦେଶ ସୀମାରୁ ୧୩୦୦ କୋଟି ଟଙ୍କାର ସୁନା ଓ ରୁପା ଜବତ

ଭାରତ-ବାଂଲାଦେଶ ସୀମାରୁ ୧୩୦୦ କୋଟି ଟଙ୍କାର ସୁନା ଓ ରୁପା ଜବତ

ବାଂଲାଦେଶରେ ବର୍ତ୍ତମାନର ସ୍ଥିତି ଯେଉଁଭଳି ରହିଛି, ଏହା ଫାଇଦା ଉଠାଉଛନ୍ତି ଚୋରା ଚାଲାଣକାରୀ । ଗତ କିଛି ମାସ ମଧ୍ୟରେ ଭାରତ-ବାଂଲାଦେଶ ସୀମାରେ ସୁନା ଓ ରୁପା ଚୋରା…

Leave a Reply

Your email address will not be published. Required fields are marked *