ଟ୍ରାକ୍ଟର ଧକ୍କାରେ ଚାଲିଗଲା ୬ ଜୀବନ:ଉତ୍ତରପ୍ରଦେଶ

ଟ୍ରାକ୍ଟର ଧକ୍କାରେ ଚାଲିଗଲା ୬ ଜୀବନ:ଉତ୍ତରପ୍ରଦେଶ

ଉତ୍ତର ପ୍ରଦେଶର ବନ୍ଦାୟୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଟ୍ରାକ୍ଟର ଓ ଅଟୋ ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ମୁଜରିଆ ଥାନା ଅଧୀନ ମୁଜରିଆ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତ ଲୋକମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛି । ଏ ପର୍ଯ୍ୟନ୍ତ ମୃତକମାନଙ୍କ ପରିଚୟ ଜଣାପଡ଼ି ନାହିଁ ।

କୁହାଯାଉଛି ଯେ ଦୀପାବଳି ପାଳିବା ପାଇଁ ଏହି ଲୋକମାନେ ଅଟୋରେ ବସି ନିଜ ଘରକୁ ଯାଉଥିଲେ । ଏହି ସମୟରେ ଦିଲ୍ଲୀ-ବନ୍ଦାୟୁ ରାଜପଥରେ ଅଟୋଟି ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ସୂଚନା ଅନୁସାରେ, ଆଜି ସକାଳ ୭ଟାରେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ଯାଉଥିବା ଲୋକେ ନୋଏଡାରେ କାମ କରୁଥିଲେ । ଏମାନେ ଦୀପାବଳି ପାଳିବା ପାଇଁ ଅଟୋ ବୁକ୍ କରି ଘରକୁ ଯାଉଥିଲେ । ମୁଜରିଆ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ରାଜପଥରେ ଭୁଲ୍ ପାର୍ଶ୍ୱରୁ ଆସୁଥିବା ଟ୍ରାକ୍ଟର, ଅଟୋ ସହ ପିଟି ହୋଇଯାଇଥିଲା । ଏହି ସମୟରେ ପଛରୁ ଆସୁଥିବା କାର୍ ମଧ୍ୟ ଡିଭାଇରଡର ସହ ଧକ୍କା ହୋଇଥିଲା ।

ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରିଛି । ମୃତକମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ବେଳେ ବାକି ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ । ଟ୍ରାକ୍ଟର ଧକ୍କାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।

Related post

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା  ଜଣେ ମହିଳାଙ୍କ ଜୀବନ

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା ଜଣେ ମହିଳାଙ୍କ…

ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ । ମୋ ବସ୍ ଚକ ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ ଅନ୍ୟ । ଗତକାଲି ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ…
ଚଣ୍ଡିଖୋଲରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ. ଜଣେ ମୃତ ୩ ଗୁରୁତର

ଚଣ୍ଡିଖୋଲରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ. ଜଣେ ମୃତ ୩ ଗୁରୁତର

ଯାଜପୁର ଜିଲ୍ଲା NH 16 ଚଣ୍ଡିଖୋଲ ଛକ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ…
ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ।

ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ।

ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରତିବର୍ଷ ଦୁର୍ଘଟଣା ହାର ବଢ଼ି ବଢ଼ି ଚାଲିଛି । ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା…

Leave a Reply

Your email address will not be published. Required fields are marked *