PGCIL ରେ ୮୦୨ ପଦବୀ ଖାଲି, ନଭେମ୍ବର ୧୨ ପୂର୍ବରୁ କରନ୍ତୁ ଆବେଦନ
- ଦେଶ ବିଦେଶରାଜ୍ୟ
- November 1, 2024
- No Comment
- 1
ପାୱର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ(PGCIL)ରେ ଖାଲିପଡିଛି ୮୦୨ ପଦବୀ । ଏଠାରେ ଡିପ୍ଲୋମା ଏବଂ ଜୁନିଅର ଅଫିସର ଟ୍ରେନି ପଦବୀ ପାଇଁ ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୮୦୨
ଡିପ୍ଲୋମା ଟ୍ରେନି(ଇଲେକ୍ଟ୍ରିକାଲ): ୧୦୦
ଡିପ୍ଲୋମା ଟ୍ରେନି (ସିଭିଲ) : ୨୦
ଜୁନିଅର ଅଫିସର ଟ୍ରେନି (ଏଚଆର): ୪୦
ଜୁନିଅର ଅଫିସିର ଟ୍ରେନି (ଫାଇନାନ୍ସ) : ୨୫
ଆସିଷ୍ଟାଣ୍ଟ ଟ୍ରେନି : ୬୧୦
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଅକ୍ଟୋବର ୨୨ରୁ ନଭେମ୍ବର ୧୨ ପର୍ଯନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଇଂଜିନିୟରିଂରେ ଗ୍ରାଜୁଏସନ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୭ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦୦/୨୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସବିଶେଷ ବିବରଣୀ ଜାଣିବା ପାଇଁ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, କମ୍ପୁଟର ସ୍କିଲ ଟେଷ୍ଟ, ଡକୁମେଣ୍ଟ ଭେରିଫିକେସନ, ମେଡିକାଲ ଟେଷ୍ଟ ଜରିଆରେ ହେବ ।
ଦରମା : ପ୍ରାର୍ଥୀଙ୍କୁ ୨୫,୦୦୦ରୁ ୩୦,୦୦୦ ପର୍ଯ୍ୟନ୍ତ ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।