- October 18, 2022
- No Comment
- 24
ବାରମ୍ବାର ମୁଣ୍ତର ପଛ ଭାଗ ବିନ୍ଧୁଛି କି ? ଜାଣନ୍ତୁ ଏହା ପଛର କାରଣ
ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ କେବେ ନା କେବେ ହୋଇଥିବ । ଅନେକ କାରଣ ପାଇଁ ମୁଣ୍ଡବିନ୍ଧା ହୁଏ । ଏଥିରେ…
ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ କେବେ ନା କେବେ ହୋଇଥିବ । ଅନେକ କାରଣ ପାଇଁ ମୁଣ୍ଡବିନ୍ଧା ହୁଏ । ଏଥିରେ ମୁଣ୍ଡ ପଛ ଭାଗରେ ହେଉଥିବା ବିନ୍ଧା ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟେ । କାରଣ ଏହି ବିନ୍ଧା ସାଧାରଣ ମୁଣ୍ଡବିନ୍ଧାରୁ ସାମାନ୍ୟ ଭିନ୍ନ ହୋଇଥାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୋଇଥାଏ ଯେ ତକିଆରେ ମୁଣ୍ଡ ରଖି ଶୋଇବା ମଧ୍ୟ କଷ୍ଟକର ହୋଇଯାଏ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ମଧ୍ୟ ସବୁବେଳେ ମୁଣ୍ଡବିନ୍ଧା ହେଉଛି ତେବେ ଏହା ପଛରେ ଥିବା କାରଣଗୁଡିକ ଜାଣି ରଖନ୍ତୁ ।
ଯେତେବେଳେ ଆପଣ ଷ୍ଟ୍ରେସରେ ରୁହନ୍ତି ସେତେବେଳେ ବେକ ଏବଂ କାନ୍ଧର ମାଂସପେଶୀଗୁଡ଼ିକ ଶକ୍ତ ହୋଇଯାଏ । ଫଳରେ ମୁଣ୍ଡ ପଛ ଯନ୍ତ୍ରଣା ହେବା ଆରମ୍ଭ କରେ । ଷ୍ଟ୍ରେସ୍ କମାଇବା ପାଇଁ ଯୋଗ, ଧ୍ୟାନ ଏବଂ ନିୟମିତ ବ୍ୟାୟାମ କରନ୍ତୁ ।ଉଚ୍ଚ ରକ୍ତଚାପ ମଧ୍ୟ ମୁଣ୍ଡ ପଛ ଭାଗ ବିନ୍ଧା ହେବାର କାରଣ ହୋଇପାରେ । ଯେତେବେଳେ ରକ୍ତଚାପ ବଢ଼ିଯାଏ ଏହା ମୁଣ୍ଡର ରକ୍ତବାହୀ ଉପରେ ଚାପ ପକାଇଥାଏ, ତେଣୁ ଆପଣଙ୍କୁ ଯନ୍ତ୍ରଣା ହୁଏ । ଏଥିପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ, କାରଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ଔଷଧ ଆବଶ୍ୟକ ହୋଇପାରେ । ଏହା ସହିତ ହେଲଦି ଲାଇପ ଷ୍ଟାଇଲ ଆପଣାଇବା ଦ୍ବାରା ରକ୍ତଚାପ କଣ୍ଟ୍ରୋଲରେ ରହିବ ।ମାଇଗ୍ରେନ୍ ସମସ୍ୟାକୁ କମ କରିବା ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହ ଠିକ୍ ଔଷଧ ଖାଇବା ଆବଶ୍ୟକ ।