ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ, ଦିଆଗଲା ଗାର୍ଡ ଅଫ ଅନର
- ଦେଶ ବିଦେଶ
- October 10, 2024
- No Comment
- 202
ପଞ୍ଚଭୂତରେ ଲୀନ ହେଲେ ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା । ମୁମ୍ବାଇର ଓ୍ୱଲି ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଛି । ରାଜକୀୟ ସମ୍ମାନ ସହିତ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସେଠାରେ ଗାର୍ଡ ଅଫ ଅନର ଦିଆଯାଇଛି । ରତନ ଟାଟା ପାର୍ସୀ ସଂପ୍ରଦାୟର ହୋଇଥିବା ବେଳେ ହିନ୍ଦୁ ପରମ୍ପରା ଅନୁଯାୟୀ ହେଇଛି ଅନ୍ତିମ ସଂସ୍କାର ।
ତାଙ୍କ ଅନ୍ତିମ ଯାତ୍ରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୀୟୁଷ ଗୋଏଲ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନାବିସ, ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଆମିର ଖାନଙ୍କ ସହିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ… ସୁଚନା ମୂତାବକ ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।