ଅଧିକ ମାତ୍ରାରେ ହଳଦୀ କ୍ଷୀର ପିଉଛନ୍ତି କି ?

ଅଧିକ ମାତ୍ରାରେ ହଳଦୀ କ୍ଷୀର ପିଉଛନ୍ତି କି ?

ଆମ ସ୍ୱାସ୍ଥ୍ୟ ପାଇଁ ହଳଦୀ କ୍ଷୀର ବହୁତ ଉପକାରୀ ହୋଇଥାଏ ।  ଘରର ବୟସ୍କ ଲୋକମାନେ ଆଘାତ, ଦରଜ କିମ୍ବା ଥଣ୍ଡା ଓ କାଶରୁ ମୁକ୍ତି ପାଇବା ପାଇଁ ହଳଦୀ କ୍ଷୀର ପିଇବାକୁ ପରାମର୍ଶ ଦେଉଥାନ୍ତି । ହଳଦୀ ମିଶା କ୍ଷୀରର ବ୍ୟବହାର ବହୁ ପୁରାତନ । ଆମ ତ୍ୱଚା ପାଇଁ ମଧ୍ୟ ହଳଦୀ କ୍ଷୀର ଅମୃତ ସମାନ ହୋଇଥାଏ । ଏହା ତ୍ୱଚାରେ ଉଜ୍ଜଳତା ଆଣିଥାଏ । କେବଳ ସେତିକି ନୁହେଁ ଆଜ୍‌ମା ଓ କଫରୁ ମୁକ୍ତି ଦେବା ସହ ଶୋଇବା ପୂର୍ବରୁ ଏହି କ୍ଷୀର ପିଇଲେ ଭଲ ନିଦ ହୋଇଥାଏ ।ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କେଉଁ ଲୋକମାନେ ହଳଦୀ କ୍ଷୀର ପିଇବା ଉଚିତ୍ ନୁହେଁ । ଯେଉଁମାନଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଗ୍ୟାସ୍ କିମ୍ବା ଏସିଡ଼ିଟି ଭଳି ସମସ୍ୟା ରହିଛି, ସେମାନେ ହଳଦୀ କ୍ଷୀରକୁ ସେମାନଙ୍କ ଖାଦ୍ୟର ଅଂଶ କରିବା ଉଚିତ୍ ନୁହେଁ । ହଳଦୀ କ୍ଷୀରରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କର ଏହି ସମସ୍ୟାକୁ ଆହୁରି ବଢ଼ାଇପାରେ । ଏହା ବ୍ୟତୀତ ଡାଇବେଟିସ ଭଳି ନୀରବ ଘାତକ ରୋଗରେ ପୀଡିତ ରୋଗୀମାନେ ମଧ୍ୟ ଡାକ୍ତରଙ୍କ ସହିତ ପରାମର୍ଶ ନକରି ହଳଦୀ କ୍ଷୀର ପିଇବା ଉଚିତ୍ ନୁହେଁ ।

ଯଦି ଆପଣଙ୍କର ଲୋ-ବ୍ଲଡ଼ପ୍ରେସର ଥାଏ, ତେବେ ହଳଦୀ କ୍ଷୀର ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ରମାଣିତ ହୋଇପାରେ । ହଳଦୀ କ୍ଷୀର ବ୍ଲଡ଼ପ୍ରେସରକୁ ଆହୁରି ଲୋ’ କରିପାରେ । ଏହା ବ୍ୟତୀତ, ଯଦି ଆପଣ କ୍ଷୀର ପ୍ରତି ଆଲର୍ଜି ଥାଆନ୍ତି, ତେବେ ଆପଣ ନିଜ ଡାଏଟ ପ୍ଲାନରେ ହଳଦୀ କ୍ଷୀର ସାମିଲ କରିବା ଠାରୁ ଦୂରେଇ ରହିବା ଉଚିତ୍, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟରେ କ୍ଷତି ହୋଇପାରେ । ଆପଣଙ୍କ ସୂଚନା ପାଇଁ, କହିରଖୁଛୁ ଯେ ବର୍ଷା ଋତୁରେ ମଧ୍ୟ ଆପଣ ହଳଦୀ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ ।ଆୟୁର୍ବେଦ ଅନୁଯାୟୀ, ହଳଦୀ କ୍ଷୀର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ ଯଦି ଆପଣ ଏହାକୁ ଏକ ଲିମିଟରେ ପିଇବେ ।

Related post

Leave a Reply

Your email address will not be published. Required fields are marked *