ବଙ୍ଗୋପସାଗରରେ ଲଘୁଚାପ ୧୬ ଯାଏ ତାମିଲନାଡୁରେ ପ୍ପ୍ରବଳ ବର୍ଷା
- ଦେଶ ବିଦେଶ
- October 15, 2024
- No Comment
- 4
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମଶଃ ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ପରବର୍ତ୍ତୀ ଦୁଇ ଦିନ ଧରି ଏହା ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ଅଗ୍ରସର ହେବ।
ଲଘୁଚାପ ପ୍ରଭାବରେ ୧୬ ତାରିଖ ଯାଏ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହା ସହ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛ । ୧୬ ତାରଖରେ ପ୍ରବଳ ବର୍ଷା ପାଇଁ ତାମିଲନାଡୁ, ଆନ୍ଧ୍ର ଉପକୂଳ ଏବଂ ରାୟଲସୀମାକୁ ରେର୍ଡ ଆଲର୍ଟ ଜାରି ହୋଇଛି ।
ସେହିପରି ବେଙ୍ଗାଲୁରୁ, କର୍ଣ୍ଣାଟକ ଏବଂ କେରଳରେ ମଧ୍ୟ ପ୍ରବଳ ବର୍ଷା ହେବ । ଏହି ତିନି ଅଞ୍ଚଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଓମାନ ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ଆରବସାଗରରେ ଅବପାତ।
ଗତ ୬ ଘଣ୍ଟା ଧରି ୮ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଦୁର୍ବଳ ହୋଇ ସୁଦୃଶ୍ୟ ଲଧୁଚାପ କ୍ଷେତ୍ରରେ ପରିଣତ ହେବ।