ବିସିସିଆଇ  ହଟାଇଲା ଇମ୍ପାକ୍ଟ ପ୍ଲେୟାର ନିୟମ

ବିସିସିଆଇ ହଟାଇଲା ଇମ୍ପାକ୍ଟ ପ୍ଲେୟାର ନିୟମ

ଆଇପିଏଲର କିଛି ସିଜିନରେ ବିସିସିଆଇ ଇମ୍ଫାକ୍ଟ ପ୍ଲେୟାର ନିୟମ ଲାଗୁ କରିଥିବା ବେଳେ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଏହାକୁ ଲାଗୁ କରିବା ସପକ୍ଷରେ ନାହିଁ । ନଭେମ୍ବର ୨୩ରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଆରମ୍ଭ ହେବାକୁ ଯାଉଥିବା ବେଳେ ତାହା ଡ଼ିସେମ୍ବର ୧୫ ପର୍ଯ୍ୟନ୍ତ ଖେଳାଯିବ ।

ନିକଟରେ ବିସିସିଆଇ ଆଇପିଏଲର ଫ୍ରାଞ୍ଚାଇଜକୁ ନିୟମ ଲାଗୁ ରହିବା ପାଇଁ ସୂଚିତ କରିଥିଲା । ଆଉ ଏହି ନିୟମ ଆଇପିଏଲ ସିଜିନ ୨୦୨୭ ପର୍ଯ୍ୟନ୍ତ ଲାଗୁ ରହିବ ।

ମ୍ୟାଚ ସମୟରେ ପ୍ଲେଇଂ ଏକାଦଶରେ କୌଣସି ପ୍ଲେୟାରକୁ ବାହାର କରାଯାଇ ତାଙ୍କ ସ୍ଥାନରେ ନୂଆ ଖେଳାଳି ସାମିଲ ହୋଇପାରିବ । ଅର୍ଥାତ୍‌ ଟିମ୍‌ ୧୨ ଜଣ ଖେଳାଳିଙ୍କୁ ନେଇ ଖେଳିପାରିବ । ଟସ୍‌ ପରେ ଟିମ୍‌ ପ୍ଲେଇଂ ଏକାଦଶ ଛଡା ଇମ୍ଫାକ୍ଟ ପ୍ଲେୟାରଙ୍କ ନାମ ଦେବାକୁ ପଡିଥାଏ । ତେଣୁ ଖେଳାଳି ମ୍ୟାଚ ଚାଲିଥିବା ବେଳେ ମଧ୍ୟ ଟିମରେ ଅନ୍ୟ କୌଣସି ଖେଳାଳି ସ୍ଥାନରେ ସାମିଲ ହୋଇପାରେ ।

ଏହି ନିୟମ ଯୋଗୁଁ ଆଇପଏଲରେ ଅନେକ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ନିୟମ ଯୋଗୁଁ ଅନେକ ଖେଳାଳି ଅଭିଯୋଗ କରିଥିଲେ ।

Related post

Leave a Reply

Your email address will not be published. Required fields are marked *