ସରିଲା 4G ର ଯୁଗ, ଖୁବ୍‌ ଶୀଘ୍ର BSNL ଆଣୁଚି 5G ର ସେବା

ସରିଲା 4G ର ଯୁଗ, ଖୁବ୍‌ ଶୀଘ୍ର BSNL ଆଣୁଚି 5G ର ସେବା

ଗତକାଲି ଆୟୋଯିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ BSNL 5G ସର୍ଭିସ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ନେଟଓ୍ୱାର୍କକୁ ଅପଗ୍ରେଡ କରିବା ପାଇଁ ସରକାରୀ ଟେଲିକମ୍‌ କମ୍ପାନୀ ସାରା ଦେଶରେ ହଜାର ହଜାର ମୋବାଇଲ୍‌ ଟାଓ୍ୱାର ସ୍ଥାପନ କରୁଛି ।

ଟେଲିକମ୍‌ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥାକୁ ନେଇ ସ୍ପଷ୍ଟ କରିଛନ୍ତି ଯେ ସରକାରୀ କମ୍ପାନୀ ଅନ୍ୟ କାହାର ଉପକରଣ ବ୍ୟବହାର କରିବ ନାହିଁ । ସିନ୍ଧିଆ କହିଛନ୍ତି ଯେ ‘‘ବର୍ତ୍ତମାନ ଏପରି ଏକ କୋର୍ ଏବଂ ରେଡିଓ ଆକ୍ସେସ୍‌ ନେଟଓ୍ୱାର୍କ ଅଛି ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଟେ ।

ଆସନ୍ତା ବର୍ଷ ଏପ୍ରିଲ-ମେ ସୁଦ୍ଧା ଏକ ଲକ୍ଷ ସାଇଟ୍‌ ପାଇଁ ଯୋଜନା ଅଛି । ଏହି ଦୁଇଦିନ ପର୍ଯ୍ୟନ୍ତ ଆମେ ୩୮,୩୦୦ ସାଇଟ୍‌ ଲଞ୍ଚ କରିଛୁ ।

କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ କମ୍ପାନୀ ଆସନ୍ତା ବର୍ଷ ଜୁନ୍‌ ୨୦୨୫ ସୁଦ୍ଧା 5G ନେଟଓ୍ୱାର୍କ ଲଞ୍ଚ କରିପାରିବ । ସେ ଆମେରିକା- ଇଣ୍ଡିଆ ଷ୍ଟ୍ରାଟେଜିକ୍‌ ପାର୍ଟନରସିପ୍‌ ଫୋରମ୍‌ ITUWTSA ରେ କହିଛନ୍ତି ଯେ ଭାରତ 4G ରେ ବିଶ୍ୱକୁ ଫଲୋ କରିଛି, 5G ମଧ୍ୟ ବିଶ୍ୱ ସହିତ ତାଳ ଦେଇ ଚାଲିଛି ଏବଂ 6G ଟେକ୍ନୋଲୋଜିରେ ଭାରତ ବିଶ୍ୱର ନେତୃତ୍ୱ କରିବ ।

Related post

Leave a Reply

Your email address will not be published. Required fields are marked *