ଜମ୍ମୁ-କାଶ୍ମୀରରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଓମାର ଅବଦ୍ଦୁଲା
- ଦେଶ ବିଦେଶରାଜନୀତି
- October 16, 2024
- No Comment
- 6
ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ ଓମାର ଅବଦ୍ଦୁଲା । କିନ୍ତୁ କେନ୍ଦ୍ର ଶାସିତ ଅଂଚଳ ହେବା ପରେ ଜମ୍ମୁ ଓ କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓମାର । ସେର୍ -ଏ-କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଶପଥ ନେଇଛନ୍ତି ଓମର ।
ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ ଯୋଗ ଦେଇଛନ୍ତି ।
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରରେ ପ୍ରଥମ ଥର ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଥିଲା।
ନିକଟରେ ଶେଷ ହୋଇଥିବା ୯୦ ଆସନ ବିଶିଷ୍ଟ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ୪୮ଟି ଆସନରେ ବିଜୟୀ ହୋଇଥିଲେ। କଂଗ୍ରେସ ୬ଟି ଓ ବିଜେପି ୨୯ଟି ଆସନରେ ବିଜୟୀ ହୋଇଥିଲା।