ପୂଜାପାଇଁ ଚଳଚଂଚଳ ଢେଙ୍କାନାଳ:ବିଭିନ୍ନ ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ପୂଜାପାଇଁ ଚଳଚଂଚଳ ଢେଙ୍କାନାଳ:ବିଭିନ୍ନ ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜା ବେଶ୍‌ ଜାକଜମକରେ ଅନୁଷ୍ଠିତ ହେଉଛି । ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଧୁମ୍‌ଧାମ୍‌ରେ ଗଜଲକ୍ଷ୍ମୀ ପୂଜା ପାଳନ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଢେଙ୍କାନାଳର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଥିବା ବେଳେ ତୋରଣ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଆଜିଠାରୁ ୧୧ଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଉଛି  ।

ଉଭୟ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଇଁ ସ୍ୱତନ୍ତ୍ର ଓ ଭବ୍ୟ ଆୟୋଜନ ହୋଇଛି । ମୀନାବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର, ଗୁଡ଼ିଆ ନାଳୀ ଆଦି ବଜାରର ଚାନ୍ଦି ମେଢ କରାଯାଇଛି ।

Related post

ଅନିଶ୍ଚିତତାରେ କେନ୍ଦ୍ରାପଡ଼ାର ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ପ୍ଲାଣ୍ଟ !

ଅନିଶ୍ଚିତତାରେ କେନ୍ଦ୍ରାପଡ଼ାର ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ପ୍ଲାଣ୍ଟ !

ପ୍ରସ୍ତାବିତ ପ୍ଲାଣ୍ଟ ଏବେ ଓଡ଼ିଶା ବଦଳରେ ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀରେ ନିର୍ମାଣ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି…

Leave a Reply

Your email address will not be published. Required fields are marked *