ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ନଭେମ୍ବର ୧୦ ତାରିଖରେ ଅବସର ନେବେ । ତାଙ୍କ ଅବସର ପରେ ସେ ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ ସଞ୍ଜୀବ ଖାନ୍ନା । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ।

୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା । ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ଓକିଲ ଭାବେ ଅଭ୍ୟାସ କରିଥିଲେ ।

ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ ।

୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୯ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସେବେଠାରୁ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି ।

୧୭ ଜୁନ୍‌ ୨୦୨୩ରୁ ୨୫ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସେ ସର୍ବୋଚ୍ଚ ନ୍ୟାୟାଳୟର ବିଧିକ ସେବା ସମିତିର ଅଧ୍ୟକ୍ଷ ରହିଥିଲେ ।

Related post

ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍

ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍

BSNL ଗୋଟିଏ ପରେ ଗୋଟିଏ ଶସ୍ତା ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରି ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଉଛି । ଏହି ସମୟରେ BSNL ଏକ ପ୍ଲାନ୍ ଆଣିଛି ଯାହା…
୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

ଅଲିମ୍ପିକ୍ ଗେମ୍ସ ୨୦୩୬ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ଭିକ ଆଗ୍ରହ ଦେଖାଇଛନ୍ତି । ଏହି ଦେଶ ଗୁଡ଼ିକ ମଧ୍ୟରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ପୋଲାଣ୍ଡ,…
ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ।

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ…

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ସୋମବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Leave a Reply

Your email address will not be published. Required fields are marked *