ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା।
- ଦେଶ ବିଦେଶ
- October 17, 2024
- No Comment
- 5
ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା। ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିବାବେଳେ ଏବେ କାନାଡାକୁ ସମର୍ଥନ ଜଣାଇଛି ଆମେରିକା । ମାମଲାକୁ ନେଇ ଆମେରିକା କହିଛି, ଭାରତ ଉପରେ କାନାଡ ଯେଉଁ ଅଭିଯୋଗ ଆଣିଛି ତାହା ବେଶ ଚିନ୍ତାଜନକ।
ଏଥିସହ ଆମେରିକା କହିଛି ତଦନ୍ତରେ ଭାରତ ସହଯୋଗ କରୁନି। ଗତବର୍ଷଠୁ କାନାଡା ନିଜ୍ଜର ହତ୍ୟା ଘଟଣା ପାଇଁ ଭାରତକୁ ଦାୟୀ କରିଆସୁଛି । ସେହି ସମୟରେ ହିଁ କାନାଡା ସମର୍ଥନରେ ବାହାରିଥିଲା ଆମେରିକା ।
ଗତ ୨ବର୍ଷ ମଧ୍ୟରେ ୬ଜଣ ଖଲିସ୍ତାନୀ ଆତଙ୍କୀଙ୍କୁ ହତ୍ୟା କରାଯାଇଛି । ରିପୁଦମନ ସିଂ, ଅମରପ୍ରୀତ ଶର୍ମା, ହରଦୀପ ସଂ ନିଜ୍ଜର, କରଣବୀର ସିଂ ଗରଚା, ସୁଖା ଦୁନେକ ଓ ହରପ୍ରୀତ ସିର ହତ୍ୟା କରାଯାଇଛି ।