ED ପଞ୍ଝାରେ ତମନ୍ନା ଭାଟିଆ
- ଅପରାଧମନୋରଞ୍ଜନ
- October 18, 2024
- No Comment
- 3
ଅଭିନେତ୍ରୀ ତମନ୍ନା ଭାଟିଆ HPZ ଆପ୍ ସ୍କାମରେ ଜଡିତ ଅଛନ୍ତି । ଅଭିନେତ୍ରୀ ଗୁରୁବାର ଦିନ ଗୌହାଟିରେ ଥିବା ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହୋଇଥିଲେ । ସୂଚନାନୁସାରେ, ଯାଞ୍ଚ ଏଜେନ୍ସୀ ଡାକିବା ପରେ ତମନ୍ନା ଭାଟିଆ ତାଙ୍କ ମା’ଙ୍କ ସହ ଗୌହାଟୀରେ ପହଞ୍ଚିଥିଲେ । ଏହାପୂର୍ବରୁ ମଧ୍ୟ ତମନ୍ନା ଭାଟିଆଙ୍କୁ ମହାଦେବ ବେଟିଂ ଆପ୍ ମାମଲାରେ ପଚରାଯାଇଥିଲା ।
HPZ ଆପ୍ ମାଧ୍ୟମରେ ଲୋକଙ୍କୁ ୫୭,୦୦୦ ଟଙ୍କା ଇନଭେଷ୍ଟ କଲେ ପ୍ରତିଦିନ ୪, ୦୦୦ ଟଙ୍କା ମିଳିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଯାହା ମାଧ୍ୟମରେ ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିଲେ ଅଭିଯୁକ୍ତ ।
ଇଡି ଏପର୍ଯ୍ୟନ୍ତ ୪୯୭.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏହି ମାମଲା ମହାଦେବ ଆପ୍ ସ୍କାମ ସହିତ ମଧ୍ୟ ଜଡିତ । ଲୋକମାନେ ଏଥିରୁ ଟଙ୍କା ରୋଜଗାର କରୁଥିଲେ ଏବଂ ଏହାକୁ ମହାଦେବ ବେଟିଂ ଆପରେ ଇନଭେଷ୍ଟ କରୁଥିଲେ ।
ଏପ୍ରିଲରେ ତମନ୍ନା ଭାଟିଆ ଅନ୍ୟ ଏକ ମାମଲାରେ ଜଡିତ ଥିଲେ । ଏହା ମଧ୍ୟ ବେଟିଂ ଆପ୍ ସହିତ ଜଡିତ ଥିଲା । ଠିକ୍ ଏହି ପରି, ଅଭିନେତ୍ରୀ ଏହି ଆପକୁ ପ୍ରମୋଟ୍ କରୁଥିଲେ ।
ଅଧିକାରୀମାନେ ପ୍ରାୟ ୧୫,୦୦୦ କୋଟି ଟଙ୍କା ମୂଲ୍ୟର ଏକ ସ୍କାମର ଯାଞ୍ଚ କରିଛନ୍ତି । ଏହି ଆପ କ୍ରିକେଟ୍ ଟୁର୍ନାମେଣ୍ଟର ଅଫିସିଆଲ୍ ପ୍ରସାରଣକାରୀ ଭାୟାକମ୍ 18ର ଅନୁମତି ବିନା ବେଆଇନ ଭାବେ ଆଇପିଏଲ୍ ମ୍ୟାଚ୍ ଷ୍ଟ୍ରିମ୍ କରି ବହୁ ଆର୍ଥିକ କ୍ଷତି ଘଟାଇଥିବା ଅଭିଯୋଗ ହୋଇଛି ।
ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।