ମହାରଷ୍ଟ୍ରରୁ ଆସିଲା ଚାରା, ପ୍ରଥମ ଥର ଶିମିଳିପାଳରେ ଷ୍ଟ୍ରବେରୀ ଚାଷ
- ସ୍ପେସିଆଲ ରିପୋର୍ଟ
- October 19, 2024
- No Comment
- 5
କୋରାପୁଟ ଓ କନ୍ଧମାଳ ପରେ ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ । ଅଳ୍ପ ଦିନରେ ମିଳିବ ଅଧିକ ଲାଭ । ମହାରଷ୍ଟ୍ରରୁ ଆସିଲା ଦେଢ ଲକ୍ଷ ଚାରା । ପ୍ରଥମ କରି ଶିମିଳିପାଳ ପାଦ ଦେଶରେ ଆରମ୍ଭ ହେଉଛି ଏହି ଷ୍ଟ୍ରବେରୀ ଚାଷ । ବିଶ୍ଵ ଷ୍ଟ୍ରବେରୀ ବଜାରକୁ ପ୍ରବେଶ କରିବ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଷ୍ଟ୍ରବେରୀ ।
ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା । ଶିଳ୍ପ ବିହୀନ ଏହି ଜିଲ୍ଲାର ଏକମାତ୍ର ବିକଳ୍ପ ହେଉଛି ଚାଷ । ଜିଲ୍ଲାର ଅଧାରୁ ଅଧିକ ଚାଷୀ ସବାଇଘାସ ଚାଷ ଉପରେ କରନ୍ତି ନିର୍ଭର । ସେହି ସବାଇ ଘାସ ଆଜି ମୟୁରଭଞ୍ଜ ଜିଲ୍ଲାକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରିଛି । ମୟୁରଭଞ୍ଜ ଜିଲ୍ଲାର ସବାଇ କ୍ରାଫ୍ଟ ଦେଶ ବିଦେଶରେ ପ୍ରସିଦ୍ଧ । ଏବେ ଜିଲ୍ଲାର ଏହି ଚାଷୀଙ୍କ ପାଇଁ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ ।
ସବାଇ ପରେ ଏବେ ଷ୍ଟ୍ରବେରୀ ଚାଷ କରି ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଳକର ତାରଜୋଡି ଗ୍ରାମକୁ ନେଇଛି ଜିଲ୍ଲା ପ୍ରଶାସନ ।
ମାତ୍ର ୪୦ ରୁ ୪୫ ଦିନରେ ଫଳ ଆସିବାକୁ ଥିବା ବେଳେ କିଲୋ ପ୍ରତି ଅନ୍ୟୁନ୍ୟ ୫୦୦ ଟଙ୍କାରେ ବିକ୍ରି ହେବ ଏହି ଷ୍ଟ୍ରବେରୀ । ପ୍ରତି ଗଛରେ ୮୦୦ ରୁ ୧୫୦୦ ଗ୍ରାମ ଷ୍ଟ୍ରବେରୀ ଫଳିବ। ଶିମିଳିପାଳ ଷ୍ଟ୍ରବେରୀ ନାମରେ ଏବେ ବଜାରରେ ଉପଲବ୍ଧ ହେବ ଏହି ଷ୍ଟ୍ରବେରୀ ।