ବାତ୍ୟା ‘ଦାନା’, ପାରଦୀପ ଠାରୁ ୨୧୦ କିଲୋମିଟର ଦୂରରେ
- ରାଜ୍ୟ
- October 24, 2024
- No Comment
- 3
ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୀଷଣ ବାତ୍ୟା ଦାନା । ଘଣ୍ଟାକୁ ୧୨ କିଲୋମିଟ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଦାନା । ସ୍ଥଳ ଭାଗର ନିକଟତର ହେବାରେ ଲାଗିଛି । ଏବେ ପାରଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି ।
ଧାମରା ଠାରୁ ୨୪୦ କିଲୋମିଟର ଏବଂ ସାଗର ଆଇଲ୍ୟାଣ୍ଡ ଠାରୁ ୩୧୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଆଜି ରାତି ଏବଂ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ପୁରୀ ଓ ସାଗର ଆଇଲ୍ୟାଣ୍ଡ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଭିତରକନିକା ଓ ଧାମରା ମଝିରେ ଲ୍ୟାଣ୍ଡଫଲ କିରବା ଆକଳନ କରାଯାଇଛି ।
ଲ୍ୟାଣ୍ଡଫଲ ବେଳେ ପବନର ବେଗ ରହିବ ୧୦୦ ରୁ ୧୧୦ କିଲୋମିଟର । ଝଟକା ପବନର ବେଗ ୧୨୦ କିଲୋମିଟର ରହିପାରେ । ବାତ୍ୟାର ପ୍ରକୋପ ଆରମ୍ଭ ହେଲାଣି । ଧାମରାରେ ପ୍ରବଳ ବର୍ଷା ପବନ ହେଉଛି। କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ପବନ । ଗୁଡ଼ିକରେ ବର୍ଷା ଲାଗି
। ବାତ୍ୟାରେ ବେଶି ପ୍ରଭାବିତ ହେବ ୩ ଜିଲ୍ଲା। ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା । ସମୁଦ୍ର ଜୁଆରିଆ ହେଲାଣି । ୧ରୁ ୨ ମିଟର ଉଚ୍ଚର ଜୁଆର ଉଠିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କଚା ଘର କ୍ଷତିଗ୍ରସ୍ତ ହେବା ଆଶଂକା ରହିଛି। ଆଜବେଷ୍ଟସ୍ ଛାତ ବି ଉଡ଼ାଇବ ବାତ୍ୟା ପବନ ।