ଏନସିପିରେ ସାମିଲ ହେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ
- ଦେଶ ବିଦେଶ
- October 25, 2024
- No Comment
- 1
ଦିବଗଂତ ଏନସିପି ନେତା ବାବ ସିଦ୍ଦିକୀଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକି କଂଗ୍ରେସ ଛାଡି ଏନସିପିରେ ଯୋଗ ଦେଇଛନ୍ତି । ଏନସିପିରେ ସାମିଲ ହେବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ଅଜିତ ପାୱର । ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାନ୍ଦ୍ର ଇଷ୍ଟରୁ ନିର୍ବାଚନ ଲଢିବେ । ଜିଶାନଙ୍କ ବିପକ୍ଷରେ ଶିବସେନାର ନେତା ବରୁଣ ସରଦେଶାଇ ନିର୍ବାଚନ ଲଢିବେ ।
ଜିଶାନ କହିଛନ୍ତି, ମୋର ଏବଂ ମୋ ପରିବାରର ପାଇଁ ଭାବନାତ୍ମକ ଦିନ । ଏଭଳି କଠିନ ସମୟରେ ମୋ ଉପରେ ବିଶ୍ବାସ କରିବା ପାଇଁ ଅଜିତ ପାୱାର, ପ୍ରଫୁଲ ପଟେଲ, ସୁନୀଲ ତଟକରେଙ୍କୁ କୃତଜ୍ଞତା ଜଣାଇଥିଲେ । ମୋତେ ବାନ୍ଦ୍ରା ଇଷ୍ଟରୁ ଟିକେଟ ମିଳିଛି । ମୋର ବିଶ୍ବାସ ଯେ, ସମସ୍ତ ଲୋକଙ୍କ ଭଲପାଇବା ଏବଂ ସମର୍ଥନରେ ପୁଣିଥରେ ଏହି ସିଟରୁ ବିଜୟ ଲାଭ କରିବି ।
ଜିଶାନ ଏନସିପିରେ ସାମିଲ ହେବା ପରେ ଉଦ୍ଧବ ଠାକରେ ଏବଂ କଂଗ୍ରେସକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଗତ କିଛିଦିନ ହେଲାଣି କଂଗ୍ରେସ, ମହାବିକାଶ ଅଘାଡିର କିଛି ନେତା ମୋ ସଂପର୍କରେ ଥିଲେ । କିଛି କହୁଥିଲେ ଆପଣ ଅପେକ୍ଷା କରନ୍ତୁ, କିନ୍ତୁ ବିଶ୍ବାସଘାତକତା କରିବା କଂଗ୍ରେସର ସ୍ବଭାବ ।
ମୋ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି । ଏହି ସିଟରୁ ଜିତିବା । ଆମେ ଅଧିକାର ପାଇଁ ଲଢିବାକୁ ହେବ । ମୋ ରକ୍ତରେ ମୋ ବାପାଙ୍କ ରକ୍ତ ରହିଛି । ମୋ ବାପାଙ୍କୁ ହତ୍ୟା କରାଯାଇଛି । ହେଲେ ତାଙ୍କ ପାଇଁ ମୁଁ ଲଢିବି । ଏଥର ରେକର୍ଡ ଭୋଟରେ ଆମେ ଜିତିବୁ ।