ଭାରତ- ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟ, ନ୍ୟୁଜିଲାଣ୍ଡକୁ ୨୫୯ରେ ଅଟକାଇଲେ ସୁନ୍ଦର

ଭାରତ- ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟ, ନ୍ୟୁଜିଲାଣ୍ଡକୁ ୨୫୯ରେ ଅଟକାଇଲେ ସୁନ୍ଦର

ପ୍ରଥମ ଦିନରେ ଟସ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ କିୱି ଦଳ ପ୍ରଥମ ଇନିଂସରେ ୨୫୯ ରନରେ ଅଲଆଉଟ ହୋଇଛି । ୱାଶିଂଟନ ସୁନ୍ଦରଙ୍କ ଘାତକ ବୋଲିଂ ଯୋଗୁ ଦ୍ୱିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୫୯ ରନରେ ଅଟକି ଯାଇଛି ।

କିୱି ଦଳ ଅଲଆଉଟ ହେବା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଛି । ଭାରତ ଷ୍ଟମ୍ପ ଆଉଟ ବେଳକୁ ୧୬ ରନରେ ୧ ୱିକେଟ ହରାଇଛି । ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ କରିଛନ୍ତି ଟିମ୍ ସାଉଦି ।

ପୁଣେ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପ୍ଲେଇଂ ଏକାଦଶରେ ପରିବର୍ତ୍ତନ କରିଥିଲା । କେଏଲ ରାହୁଲ, କୁଲଦୀପ ଯାଦବ ଏବଂ ସିରାଜଙ୍କ ବଦଳରେ ଟିମରେ ଶୁବମନ ଗିଲ୍, ଆକାଶଦୀପ ଏବଂ ୱାଶିଂଟନ ସୁନ୍ଦରଙ୍କୁ ସ୍ଥାନ ମିଳିଥିଲା । ଆଉ ଆଜିର ମାଚରେ କମାଲ୍ କରିଛନ୍ତି ୱାଂଶିଟନ ସୁନ୍ଦର ।

ଆଜି ପ୍ରଥମ ଦିନରେ କ୍ବିୱି ଦଳ ବ୍ୟାଟିଂ କରିବାକୁ ଆସିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ଏବଂ ୱାଂଶିଟନ ସୁନ୍ଦରଙ୍କ ବୋଲିଂ ଆଗରେ ଧରାଶାୟୀ ହୋଇଛନ୍ତି । ସୁନ୍ଦର କିୱି ଦଳର ୭ଟି ୱିକେଟ ନେଇଥିବା ବେଳେ ଅଶ୍ବିନ ୩ଟି ୱିକେଟ ନେଇଛନ୍ତି ।

ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ ଏବଂ ଡିଭନ୍ କନୱେଙ୍କ ସମେତ ୱିଲଇ ୟଙ୍ଗଙ୍କ ଆଉଟ କରି ଅଶ୍ୱୀନ ଭାରତୀୟ ଦଳକୁ ଏକ ଦମଦାର ଆରମ୍ଭ କରାଇଥିଲେ । ଟିମ ପାଇଁ ଡେଭନ କନୱେ ସର୍ବାଧିକ ୭୬ ରନ କରିଥିବା ବେଳେ ପ୍ରଥମ ଟେଷ୍ଟର ହିରୋ ରଚିନ ରବୀନ୍ଦ୍ର ୬୫ ରନର ଇନିଂସ ଖେଳିଛନ୍ତି ।

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…
ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା ଧାଡି ରେ

ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା…

କାଲି ରାତିରୁ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଜି ଓ କାଲି ଦୁଇଦିନ ଧରି କାଉଣ୍ଟରରେ ଟିକେଟ ବିକ୍ରି ହେବ । ଆଜି ସକାଳ ୯ଟାରୁ ସନ୍ଧ୍ୟା…

Leave a Reply

Your email address will not be published. Required fields are marked *